ନିମ୍ନ ଅଦାଲତରେ ଗଡ଼ୁଛି ୧୪ଲକ୍ଷ ବିଚାରାଧୀନ ମାମଲା

କଟକ: କରୋନା ବ୍ୟାପିବା ପରେ ଏହି ମହାମାରୀର ପ୍ରଭାବ ମଧ୍ୟ ନ୍ୟାୟିକ ପ୍ରକ୍ରିୟା ଉପରେ ପଡିଛି। ୨୦୨୦ ବର୍ଷରେ କରୋନା ସଂକ୍ରମଣଜନିତ ସ୍ଥିତି ଯୋଗୁଁ ସାରା ରାଜ୍ୟରେ ଅଦାଲତି କାର୍ଯ୍ୟ ପ୍ରଭାବିତ ହୋଇଛି। ଫଳରେ ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୦ ଆରମ୍ଭରେ ସାରା ରାଜ୍ୟରେ ପ୍ରାୟ ୧୨ ଲକ୍ଷ ସାଢେ ୩୪ ହଜାର ମାମଲା ବିଚାରାଧୀନ ଥିବା ବେଳେ ଆଉ କିଛି ଦିନ ପରେ ମାମଲା ସଂଖ୍ୟା ୧୪ ଲକ୍ଷ ଛୁଇଁବ। ଗୁରୁବାର ସୁଦ୍ଧା ସମଗ୍ର ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ୧୩ ଲକ୍ଷ ୯୨ ହଜାର ୨୮୦ ‌ରହିଛି। ରାଜ୍ୟରେ ଏବେ ବିଭିନ୍ନ ଅଦାଲତରେ ୨ ଲକ୍ଷ ୮୪ ହଜାର ୮୧୪ଟି ସିଭିଲ କେସ୍ ଓ ୧୧ ଲକ୍ଷ ୭ହଜାର ୪୬୬ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି। ୩୦ ବର୍ଷରୁ ଅଧିକ ସମୁଦାୟ ୫୩୦୮ ମାମଲା ବିଚାରଧିନ ରହିଛି। ସେଥିମଧ୍ୟରେ ୧୬୯୬ ସିଭିଲ ଓ ୩୬୧୨ କ୍ରିମିନାଲ କେସ୍ ଏବେ ବିଚାରାଧୀନ ରହିଛି। ୨୦ରୁ ୩୦ ବର୍ଷ ପୁରୁଣା ୩୬,୫୯୪ଟି ମାମଲା ଏବେ ବିଚାରାଧୀନ ଥିବା ବେଳେ ତା’ ମଧ୍ୟରେ ୪୨୪୦ଟି ସିଭିଲ କେସ୍, ୩୨,୩୫୪ଟି କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ। ୧୦ରୁ ୨୦ ବର୍ଷ ପୁରୁଣା ୧,୮୯,୮୦୮ଟି ବିଚାରାଧୀନ ମାମଲା ରହିଛି। ଏଥିରେ ୧୬୪୧୮୦ଟି କ୍ରିମିନାଲ କେସ୍, ୨୫୬୨୮ଟି ସିଭିଲ କେସ୍ ରହିଛି। ୫ରୁ ୧୦ ବର୍ଷ ପୁରୁଣା ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୩୧୨୨୮୨। ଏଥିରେ ୨୩୮୦୦୪ଟି କ୍ରିମିନାଲ କେସ୍, ୭୪୨୭୮ଟି ସିଭିଲ କେସ୍ ରହିଛି। ୩ରୁ ୫ ବର୍ଷ ପୁରୁଣା ୨୭୮୮୮୮ଟି ବିଚାରାଧୀନ ମାମଲା ମଧ୍ୟରେ ୨୧୮୪୯୮ଟି କ୍ରିମିନାଲ କେସ୍ ଓ ୬୦୩୯୦ଟି ସିଭିଲ କେସ୍ ଅନ୍ତର୍ଭୁକ୍ତ। ୧ ବର୍ଷରୁ ୩ ବର୍ଷ ପୁରୁଣା ୩୯୫୭୬୦ଟି ମାମଲା ଏବେ ବିଚାରାଧୀନ ରହିଛି। ସେଥିରେ ୩୧୫୩୮୭ଟି କ୍ରିମିନାଲ କେସ୍, ୮୦୩୭୩ଟି ସିଭିଲ କେସ୍ ବିଚାରାଧୀନ ରହିଛି। ୧ ବର୍ଷ ମଧ୍ୟରେ ୧ ଲକ୍ଷ ୭୩ହଜାର ୬୪୦ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ମହିଳାଙ୍କ ଦ୍ବାରା ଦାୟର ହୋଇଥିବା ୮୦୦୭୦ମାମଲା ବିଚାରଧିନ ଥିବାବେଳେ ସେଥିରେ ୪୪୧୫୦ ସିଭିଲ ଓ ୩୫୯୨୦ କ୍ରିମିନାଲ କେସ୍ ବିଚାରଧିନ ରହିଛି। ବରିଷ୍ଠ ନାଗରିକଙ୍କ ଦ୍ବାରା ଦାୟର ହୋଇଥିବା ୭୭୭୩୯ ମାମଲା ବିଚାରଧିନ ଥିବାବେଳେ ସେଥିରେ ୬୧୭୬୧ ସିଭିଲ ଓ ୧୫୯୭୮ କ୍ରିମିନାଲ କେସ ବିଚାରଧିନ ରହିଛି। ସବୁଠାରୁ ଆଗରେ ରହିଛି ‌ଖୋର୍ଦ୍ଧା ଜିଲା ଏହି ଜିଲାରେ ୧ ଲକ୍ଷ ୫୩ ହଜାର ୨୫୬ଟି ମାମଲା ବିଚାରାଧୀନ ରହିଛି। ଖୋର୍ଦ୍ଧା ତଳକୁ ରହିଥିବା କଟକ ଜିଲାରେ ଏବେ ୧ ଲକ୍ଷ ୨୪ ହଜାର ୬୩୪ଟି ମାମଲା ଓ ତୃତୀୟ ସ୍ଥାନରେ ଥିବା ବାଲେଶ୍ବର ଜିଲାରେ ୧ ଲକ୍ଷ ୪ ହଜାର ୬୩୬ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଅନୁଗୋଳ ଜିଲାରେ ୫୭୬୨୬, ବଲାଙ୍ଗିରରେ ୪୧୨୪୨, ବାଲେଶ୍ବର ଜିଲାରେ ୧୦୪୬୩୬, ବରଗଡରେ ୪୦୬୧୫, ଭଦ୍ରକରେ ୮୨୦୨୭, ବୌଦ୍ଧରେ ୧୨୯୩୩, ଦେବଗଡରେ ୮୭୧୫, ଢେଙ୍କାନାଳରେ ୩୩୭୬୬, ଗଜପତିରେ ୭୫୮୨, ଗଞ୍ଜାମରେ ୫୮୯୫୪, ଜଗତସିଂପୁରରେ ୩୬୨୯୪, ଯାଜପୁରରେ ୫୩୭୦୬, ଝାରସୁଗୁଡାରେ ୩୨୨୮୦, କଳାହାଣ୍ଡିରେ ୩୨୮୬୩, କନ୍ଧମାଳରେ ୧୭୩୨୪, କେନ୍ଦ୍ରପଡାରେ ୩୧୬୭୨, କେନ୍ଦୁଝରରେ ୪୭୩୯୦, କୋରାପୁଟରେ ୩୧୯୦୭, ମାଲକାନଗିରିରେ ୮୫୮୧, ମୟୂରଭଞ୍ଜରେ ୫୯୩୦୫, ନବରଙ୍ଗପୁରରେ ୨୧୯୬୫, ନୟାଗଡରେ ୨୧୭୩୭, ନୂଆପଡାରେ ୧୧୧୧୬, ପୁରୀରେ ୬୮୨୭୩, ରାୟଗଡ଼ରେ ୧୬୩୫୯, ସମ୍ବଲପୁରରେ ୭୫୩୫୨ ଓ ସୋନପୁରରେ ୧୧୦୩୬ ମାମଲା ବିଚାରଧିନ ରହିଛି।

Comments are closed.