ପେନ୍‌ସିଲ୍ ମୁନ କଳାକୃତିର ମୂଲ୍ୟ ୧.୮୬ ଲକ୍ଷ ଟଙ୍କା

ରୁଷିଆର ନାମୀ ଶିଳ୍ପୀ ଭାବେ ଜଣାଯାଉଥିବା ସଲାବତ୍ ଫିଦାଇ ପୁନର୍ବାର ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାଙ୍କ ପେନସିଲ୍ ମୁନର କାରୁକାର୍ଯ୍ୟର ଏବେ ସଂଖ୍ୟାଧିକ ଗ୍ରାହକ। ଫିଦାଇଙ୍କ ବୃତ୍ତି ଆଇନଜୀବୀ ହୋଇଥିବାବେଳେ ୨୦୧୪ରୁ ସେ ପେନସିଲ୍ କଳାକୃତିରେ ମନ ଦେଇଥିଲେ। ଏହି ମୁନରେ ସେ ଇଟାଲୀର ପିସା ଟାୱାର, ପ୍ୟାରିସ୍‌ର ଆଇଫିଲ୍ ଟାୱାର ସହ କେତେଜଣ ନାମୀ ବ୍ୟକ୍ତିଙ୍କ ରୂପ ମଧ୍ୟ ଦେଇପାରିଛନ୍ତି। ଇଟାଲୀର ପିସା ଟାୱାରର କଳାକୃତି କିଣିବାକୁ ଆମେରିକାର ଜନୈକ ଶିଳ୍ପପତି ୧.୮୬ ଲକ୍ଷ ଟଙ୍କା ପ୍ରାପ୍ୟ ଦେଇଥିବାର ପ୍ରକାଶ। ଫିଦାଇଙ୍କ ଇନଷ୍ଟାଗ୍ରାମ୍‌ରେ ୭.୮୬ଲକ୍ଷ ପ୍ରଶଂସକ ଅଛନ୍ତି। ପେନସିଲ୍ ମୁନରେ ଗୋଟିଏ କାରୁକାର୍ଯ୍ୟ କରିବା ନିମନ୍ତେ ଫିଦାଇଙ୍କୁ ୨-୩ ସପ୍ତାହ ଲାଗୁଥିବାର ଜଣାପଡ଼ିଛି।

Comments are closed.