ରୋଟାରୀ କ୍ଲବ ପକ୍ଷରୁ ବର ଅଶ୍ୱତ୍ଥ ବୃକ୍ଷ ବାହାଘର

ଚୌଦ୍ୱାର: କୁଜିବରସ୍ଥିତ ହନୁମାନ ମନ୍ଦିର ନିକଟରେ ରୋଟାରୀ କ୍ଲବ୍ କଟକ ଅଭିନବ ଆନୁକୁଲ୍ୟରେ ବର-ଓସ୍ତ ଗଛର ବିବାହ ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିରେ ଏହି ବାହାଘର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗ୍ରାମର ୩୫ଜଣ ଯୁବକ ଯୁବତୀଙ୍କୁ ନେଇ ରୋଟାରୀ କମ୍ୟୁନିଟି କ୍ରପସ୍ ଗଠନ କରାଯାଇ ପ୍ରମାଣପତ୍ର ଏବଂ ରୋଟାରୀ ପରିଚୟପତ୍ର ବଣ୍ଟନ କରାଯାଇଥିଲା।

ରୋଟାରୀ ଜିଲା ଗଭର୍ଣ୍ଣର ଶାନ୍ତନୁ ପାଣି, ଝରଣା ପାଣି, ବିଦ୍ୟୁତ୍ କୁମାରୀ ଲାଲା, ସୁଧାଂଶୁ ଶେଖର ଜେନା, ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳ, କୈଳାସ ଚନ୍ଦ୍ର ବରାଳ, ଜୀବନ ପଟ୍ଟନାୟକ, ବିଶ୍ୱନାଥ ପଣ୍ଡା,ସୀମାଞ୍ଚଳ ନାୟକ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ବାସୁଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗ୍ରାମର ମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା । ପରେ ପରେ ଅତିଥି ମାନେ ହନୁମାନ ହୁଡ଼ାରେ ଚାରା ରୋପଣ କରିଥିଲେ । ଉମେଶ ଚନ୍ଦ୍ର ସାହାଣୀ, ଆଲୋକ ବାରିକ, ଅନ୍ତର୍ଯ୍ୟାମୀ ଦାସ,ମଧୁସୁଦନ ବିଶ୍ୱାଳଙ୍କ ସମେତ ଆଳତୀ ଯୁବକ ସଂଘର ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ ।

Comments are closed.