ଦେଶରେ ଧାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ବର : କ୍ରମାଗତ ଭାବେ ରବି ଧାନ ସଂଗ୍ରହ କ୍ଷେତ୍ରରେ ରାଜ୍ୟର ଚାଷୀମାନଙ୍କ ପଞ୍ଜୀକରଣରେ ଦୃତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ଦେଶରେ ଧାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ଅର୍ଜନ କରିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟ ଶାସନ ସଚିବ କୋଭିଡ୍‌ ପ୍ରତିରୋଧ ପାଇଁ ବିଭିନ୍ନ ସୁବିଧା ସୃଷ୍ଟି, ଜରୁରୀ ସ୍ୱାସ୍ଥ୍ୟ ସରଞ୍ଜାମ ଓ ଉପକରଣ ସଂଗ୍ରହଣ ତଥା ଯୋଗାଣ, ସ୍ୱାସ୍ଥ୍ୟସେବା ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ତାଲିମ, ରେଳପଥ ଓ ସଡ଼କ ପଥରେ ପ୍ରବାସୀମାନଙ୍କ ପ୍ରତ୍ୟାବର୍ତ୍ତନ ପରିଚାଳନା ଏବଂ କ୍ୱାରେନ୍‌ଣ୍ଟାଇନ୍‌ ବ୍ୟବସ୍ଥାର ଯଥାର୍ଥ ପରିଚାଳନା ଦିଗରେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ଓ ନିଷ୍ଠାକୁ ପ୍ରଶଂସା କରିଛନ୍ତି।

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ ପ୍ରାକ୍‌ବିଦ୍ୟାଳୟ ଶିଶୁମାନଙ୍କ କଳ୍ପନା ଶକ୍ତି ଓ ସୃଜନଶୀଳତାକୁ ସଂପ୍ରସାରିତ କରିବା ସହ ଭାବ ବ୍ୟକ୍ତ କରିବା ଦିଗରେ ଏକ ସୁନ୍ଦର ପ୍ରୟାସରେ ପରିଣତ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବା ସମୟରେ ପିତାମାତା/ଅଭିଭାବକଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଦ୍ୱାରା ଶିଶୁମାନଙ୍କ ମାନସିକ ଓ ଶାରୀରିକ ବିକାଶ ସମ୍ଭବ ହୋଇପାରିଛି।

ସାପ୍ତାହିକ ସଟ୍‌ ଡାଉନ୍‌ ସମୟରେ ଓମ୍‌ଫେଡ୍‌ ଦ୍ୱାରା ବିଭିନ୍ନ ରିଟେଲରମାନଙ୍କ ଜରିଆରେ ଭୁବନେଶ୍ୱର ସହର ସମେତ କଟକ, ପୁରୀ, ଜଟଣୀ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଯାଜପୁର ରୋଡ, ଯାଜପୁର ଟାଉନ୍‌ ଓ ବ୍ରହ୍ମପୁର ସହରରେ ଖାଉଟିମାନଙ୍କୁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇ ଦେବା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments are closed.