ମନୋଜ ଦାସଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର: ଆଜି ବିଶିଷ୍ଟ ଉପନ୍ୟାସିକ, କବି, ଲେଖକ ତଥା ପଦ୍ମଭୂଷଣରେ ଭୂଷିତ ସାହିତ୍ୟିକ ମନୋଜ ବାସଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ମୋର ଜଣେ ଭଲ ବନ୍ଧୁ ଓ ଶୁଭେଚ୍ଛୁ ହିସାବରେ ମନୋଜ ଦାସଙ୍କୁ ହରାଇ ମୁଁ ମର୍ମାହତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ମନୋଜ ଦାସଙ୍କ ବିୟୋଗ କେବଳ ମୋର ନୁହେଁ ଆମ ରାଜ୍ୟ ଓ ସମଗ୍ର ଦେଶ ପାଇଁ ଅସ୍ମରଣୀୟ କ୍ଷତି। ସ୍ବର୍ଗତ ମନୋଜ ଦାସଙ୍କ ସର୍ବପ୍ରଥମ ଦ୍ବିଭାଷୀ ଓଡ଼ିଆ ଓ ଇଂରାଜୀ, ଓଡ଼ିଆ ଖୁଦ୍ରଗଳ୍ପ ଓ ଉପନ୍ୟାସ ଲେଖି ପ୍ରସିଦ୍ଧି ଲାଭ କରିଛନ୍ତି। ସାହିତ୍ୟିକ ତଥା ଶିକ୍ଷାବିତ ମନୋଜ ଦାସ ନିଜର ସାଧନା ଓ ସିଦ୍ଧି ପାଇଁ ବହୁ ପୁରସ୍କାର ଓ ସମ୍ମାନ ସାଉଁଟିଛନ୍ତି। ସାହିତ୍ୟ କ୍ଷେତ୍ରରେ ଉତ୍ସର୍ଗୀକୃତ ପାଇଁ ସ୍ବର୍ଗତ ମନୋଜ ଦାସ ପଦ୍ମଭୂଷଣ, ପଦ୍ମଶ୍ରୀ, ସରସ୍ବତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମିର ଫେଲୋସିପ, ଅତିବଡ଼ି ଜଗନ୍ନାଥ ଭଳି ଅନେକ ଗୁଡ଼ିଏ ସରକାରୀ ଓ ବେସରକାରୀ ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ସ୍ବର୍ଗତ ମନୋଜ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Comments are closed.