୧୦ମ ଦିନରେ କୃଷକ ଆନ୍ଦୋଳନ; ଆଜି ଆଲୋଚନା, ୮ରେ ଭାରତ ବନ୍ଦ 

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବ। ନୂତନ କୃଷି ବିଲ୍‌କୁ ପ୍ରତ୍ୟାହାର କରିବା ଦାବି ନେଇ କୃଷକ ସଂଗଠନଙ୍କ ଦିଲ୍ଲୀ ଆନ୍ଦୋଳନ ଶୁକ୍ରବାର ୯ ଦିନ ଅତିକ୍ରମ କରି ଶନିବାର ସୁଦ୍ଧା ୧୦ମ ଦିନରେ ପହଞ୍ଚିବାକୁ ଯାଉଛି। ଆସନ୍ତାକାଲି (ଶନିବାର) ଆଲୋଚନାରେ ଯଦି କୌଣସି ନିଷ୍କର୍ଷ ନ ବାହାରେ ତେବେ ଡିସେମ୍ବର ୮ (ମଙ୍ଗଳବାର)ରେ ଭାରତ ବନ୍ଦରେ ସାମିଲ ହେବାକୁ ଦେଶବ୍ୟାପୀ କୃଷକ ସଂଗଠନ ଗୁଡିକୁ ଆହ୍ବାନ ଦେଇଛ ଭାରତୀୟ କିଷାନ ୟୁନିୟନ (ବିକେୟୁ)। ଏହି ଦିନ ରାଜଧାନୀ ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯିବା ସହିତ ଦେଶବ୍ୟାପୀ ରାଜପଥ ଗୁଡିକରେ ରହିଥିବା ସମସ୍ତ ଟୋଲ ଗେଟ୍‌ ଗୁଡିକୁ ଅବରୋଧ ଓ ଟୋଲ୍‌ ଟିକସ ଆଦାୟକୁ ବନ୍ଦ କରାଯିବ ବୋଲି ବିକେୟୁ ସାଧାରଣ ସମ୍ପାଦକ ଏଚଏସ୍‌ ଲାଖୋୱାଲ ଚେତାବନୀ ଦେଇଛନ୍ତି।

Comments are closed.