ଗୋଷ୍ଠୀବଦ୍ଧ ହତ୍ୟା ବନ୍ଦ ନହେଲେ ପୁଣି ଦେଶ ବିଭାଜନ ହେବ: ପିଡିପି ନେତା

0

ଶ୍ରୀନଗର : ଗୋ-ସୁରକ୍ଷା ଆଳରେ ଗୋଷ୍ଠୀବଦ୍ଧ ହତ୍ୟା ବନ୍ଦ ନହେଲେ ଦେଶ ପୁନର୍ବାର ବିଭାଜନର ସମ୍ମୁଖୀନ ହେବ। ଏଭଳି ମନ୍ତବ୍ୟ ଦେଇଛନ୍ତି ଜାମ୍ମୁ-କାଶ୍ମୀର ଶାସନ ଗାଦିରୁ ହଟିଥିବା ପିଡିପିର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମୁଜାଫର ହୁସେନ୍‍ ବେଗ୍‍। ଶନିବାର ଶ୍ରୀନଗରଠାରେ ଦଳର କର୍ମୀମାନଙ୍କୁ ଉଦ୍‍ବୋଧନ ଦେବାବେଳେ ବେଗ୍‍ କହିଛନ୍ତି ଯେ ଗାଈ ଓ ମଇଷିଙ୍କ ସୁରକ୍ଷା ନାଁରେ ମୁସଲମାନଙ୍କୁ ହତ୍ୟା କରାଯିବା ବନ୍ଦ କରାଯାଉ; ନଚେତ୍‍ ୧୯୪୭ରେ ଗୋଟିଏ ବିଭାଜନ ହୋଇଥିଲା ଏବଂ ପୁନର୍ବାର ଦେଶ ବିଭାଜନକୁ ଏଡ଼ାଇ ହେବନାହିଁ। ତେବେ ବେଗ୍‍ଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହେବା ମାତ୍ରେ ସେ ସ୍ୱର ବଦଳାଇଛନ୍ତି। ତାଙ୍କ ମନ୍ତବ୍ୟରୁ ଭିନ୍ନ ଅର୍ଥ ବାହାର କରାଯାଉଛି ବୋଲି ସେ କହିଛନ୍ତି। ଏଭଳି ଘଟଣା ସମାଜକୁ ଭାଗ ଭାଗ କରିବେଦ ବୋଲି ସେ କହିଥିବା ବେଗ୍‍ ସଫେଇ ଦେଇଛନ୍ତି।

Leave A Reply