ପିଡିପି ଛାଡ଼ିବେ ମୁଜାଫର ହୁସେନ୍‍

0

ଶ୍ରୀନଗର : ମେହବୁବା ମୁଫତିଙ୍କ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)ର ଉପସଭାପତି ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମୁଜାଫର ହୁସେନ୍‍ ବେଗ୍‍ ଦଳ ଛାଡ଼ିବେ ବୋଲି ଘୋଷଣା କରିଛନ୍ତି। ସେ ସାଜାଦ ଗନି ଲୋନ୍‍ଙ୍କ ଦ୍ୱାରା ଗଠିତ ତୃତୀୟ ସାମ୍ମୁଖ୍ୟ ‘ପିପୁଲ୍ସ କନ୍‍ଫରେନ୍ସ’ରେ ଯୋଗଦେବାର ସୂଚନା ଦେଇଛନ୍ତି। ଏହି ସାମ୍ମୁଖ୍ୟ ରାଜ୍ୟରେ ପିଡିପି ଓ ଫାରୁକ ଅବଦୁଲ୍ଲାଙ୍କ ନ୍ୟାସନାଲ କନ୍‍ଫରେନ୍ସ (ଏନ୍‍ସି)ର ବିକଳ୍ପ ହେବ ବୋଲି ସେ କହିଛନ୍ତି। ସାଜାଦ ଲୋନଙ୍କୁ ନିଜର ପୁଅ ଭଳି ଓ ନୂଆ ସାମ୍ମୁଖ୍ୟକୁ ନିଜର ଘର ବୋଲି ମୁଜାଫର କହିଛନ୍ତି। ମୁଜାଫରଙ୍କ ଏଭଳି ନିଷ୍ପତ୍ତି ପିଡିପି ତଥା ମେହବୁବାଙ୍କୁ ଶକ୍ତ ଧକ୍କା ବୋଲି ବିଚାର କରାଯାଉଛି।

Comments
Loading...