ପିଡିପି ଉପାଧ୍ୟକ୍ଷ ପଦ ଛାଡିଲେ ମେହବୁବାଙ୍କ ମାମୁ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତିଙ୍କ ମାମୁ ସତରାଜ ମଦନି ସୋମବାର ପିପୁଲ୍ସ ଡେମୋକ୍ରାଟିକ୍‍ ପାର୍ଟି (ପିଡିପି) ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ସେ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବା ସତରାଜ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ୨୦୧୪ରେ ନିର୍ବାଚନରେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲା ଅନ୍ତର୍ଗତ ଦେବସର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ସେ ପରାସ୍ତ ହୋଇଥିଲେ। ମେହବୁବାଙ୍କ ସମ୍ପର୍କୀୟମାନେ ଦଳର ଉଚ୍ଚ ପଦରେ ଥିବାରୁ ପିଡିପି ଖରାପ ସ୍ଥିତିରେ ପହଞ୍ଚିଛି ଏବଂ ରାଜ୍ୟରେ ଏହାକୁ କ୍ଷମତାଚ୍ୟୁତ ହେବାକୁ ପଡିଛି ବୋଲି ବିଦ୍ରୋହୀ ନେତାମାନେ ନିକଟରେ ସମାଲୋଚନା କରିଥିଲେ।

Leave A Reply