ରାଜ୍ୟର ଗୁଇନ୍ଦା ଓ ଭିଜିଲାନ୍ସ ବିଭାଗ ଫେଲ୍‌ ମାରିଥିବା ଯୋଗୁଁ ସରକାରୀ ପଦଦବୀରେ ଥିବା ବାବୁ କୋଟି କୋଟି ଅର୍ଥ ହଡପ କରୁଛନ୍ତି : ନିରଞ୍ଜନ

ଭୁବନେଶ୍ୱର  :  ଭାରତବର୍ଷର ସମ୍ବିଧାନ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଏବଂ ମହାନ ସମ୍ବିଧାନ ବୋଲି ସର୍ବଜନ ଆଦୃତ। ଗଣତନ୍ତ୍ର ସେତେବେଳେ ସୁଦୃଢ଼ ଯେତେବେଳେ ଗଣତାନ୍ତ୍ରିକ ମୁଲ୍ୟବୋଧ ପ୍ରତି ପ୍ରଗାଢ଼ ବିଶ୍ୱାସ ଏବଂ ନିଷ୍ଠା ରାଜନୈତିକ ଦଳ, ନେତୃବୃନ୍ଦ ତଥା ଗଣତନ୍ତ୍ରକୁ ସୁଦୃଢ଼ କରିବା ବ୍ୟବସ୍ଥାରେ ଜଡ଼ିତ ସମସ୍ତ ଅଂଶିଦାରମାନେ ଦାୟିତ୍ୱ ନିର୍ବାହ କରିବେ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ବିଜେପି ଉପରେ ବିଭିନ୍ନ ଘଟଣାକୁ ନେଇ ଖୁବ ବର୍ଷିଛନ୍ତି।

ଆଜକୁ ୭୩ବର୍ଷ ବିତିଗଲାଣି ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେବା କିନ୍ତୁ ଦୀର୍ଘ ଏହି କିଛି ବର୍ଷ ଓଡ଼ିଶାରେ ରାଜନୈତିକ ଦଳ ଏବଂ ନେତୃବୃନ୍ଦ ଯେନତେନ ପ୍ରକାରଣେ କ୍ଷମତା ଦଖଲ କରିବା ପାଇଁ ଲାଗିପଡ଼ିଛନ୍ତି। ଯଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହେବା ପରିବର୍ତେ ଆଜି ଗଣମାନଙ୍କ ସ୍ୱର ଦୁର୍ବଳ ହେବାରେ ଲାଗିଛି। ମୁଁ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିଦଳ ବା ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରିବାକୁ କହୁଁ ନାହିଁ। କିନ୍ତୁ ଯେଉଁମାନେ ଗଣକ ସ୍ୱରଙ୍କୁ ସମ୍ମାନ ଦେବାପାଇଁ ଏବଂ ସମ୍ବିଧାନପ୍ରତି ଉତରଦାୟି ସେମାନେ ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ ସେମାନେ ଜନସାଧାରଣଙ୍କ ସ୍ୱରକୁ ଶାଣିତ କରିବାରେ ପ୍ରୟାସ କରିଛନ୍ତି କି ନା ସୁବିଧାବାଦୀ ରାଜନୀତିରେ ଫାଇଦା ନେଇ କ୍ଷମତା ଦଖଲ କରିବାରେ ବ୍ୟସ୍ତ ଅଛନ୍ତି। ଏହି କିଛିବର୍ଷ ଭିତରେ ଓଡ଼ିଶାରେ ମହିଳାମାନଙ୍କ ଅତ୍ୟାଚାର, ଛୋଟ ଶିଶୁମାନଙ୍କର ନିଖୋଜ, ହତ୍ୟା, ଚୋରୀ, ବ୍ୟାଙ୍କ ଡକାୟିତି ବହୁ ମାତ୍ରରେ ବୃଦ୍ଧି ପାଇଛି। ସରକାର ତଥ୍ୟ ଅନୁସାରେ ଓଡ଼ିଶାର ୨୩୧୮୩ ମହିଳାଙ୍କ ପ୍ରତି ଗୁରୁତ୍ୱର ଅତ୍ୟାଚାର କରାଯାଇଛି। ୭୦୧୨ ଜଣ ଶିଶୁଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମର ଶିକାର ହୋଇଛନ୍ତି। ୫୫୦୩ ଅଳ୍ପ ବୟସ୍କା ବାଳିକା ନିଖୋଜ ଅଛନ୍ତି।

ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱ ପୋଲିସ ବିଭାଗ ଉପରେ କିନ୍ତୁ ରାଜ୍ୟରେ ଚୋରୀ, ରାଜହାନୀ, ଦୁଷ୍କର୍ମ ବହୁ ମାତ୍ରାରେ ବୃଦ୍ଧି ପାଇଥିଲା ବେଳେ ରାଜ୍ୟ ସରକାର ପୋଲିସ ନିଯୁକ୍ତି କରୁନାହାଁନ୍ତି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏବେ ୯ହଜାର ପୋଲିସ ପଦବୀ ଖାଲି ପଡ଼ିଛି। ହୋମଗାର୍ଡ଼ମାନଙ୍କୁ ଚାକିରୀରୁ ବାହାର କରୁଛନ୍ତି। ତେଣୁ ଆଇନଶୃଙ୍ଖଳା ରକ୍ଷା ହେବ କେମିତି? ଦୀର୍ଘଦିନ ଧରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି। ମୁଖ୍ୟମନ୍ତ୍ରୀଙ୍କ ଗୃହବିଭାଗର ଏକ ଗୁଇନ୍ଦା ବିଭାଗ ଅଛି କିନ୍ତୁ ଗୁଇନ୍ଦା ବିଭାଗ କିଭଳି ସଠିକ ତଥ୍ୟ ପ୍ରଦାନ କରୁନାହିଁ ଏବଂ କାହିଁକି କରିପାରୁ ନାହିଁ ଯାହାଫଳରେ କି ଗତ ବିଧାନସଭା ସମୟରେ ଚାରି ଚାରିଟି ଘଟଣାରେ ଲୋକମାନେ ବିଧାନସଭା ସମ୍ମୁଖରେ ଆତ୍ୱାହୁତି ଦେବାକୁ ଉଦ୍ୟତ ହେଲେ। ମୁଖ୍ୟମନ୍ତ୍ରୀ ଏହାର ନୈତିକ ଦାୟିତ୍ୱ ନେବେ କି ନାହିଁ? ଯେ ତାଙ୍କ ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ରାଜନୀତିରେ ନିଷ୍ଠାର ଆବଶ୍ୟକତା ରହିଛି।

ଯଦି ମୁଖ୍ୟମନ୍ତ୍ରୀଙ୍କର ନିଷ୍ଠା ଅଛି ତାହାହେଲେ ସେ ନିଜେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ। ନବକୃଷ୍ଣ ଚୌଧୁରୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ। ନୈତିକତାକୁ ସମ୍ମାନ କରି ମୁଖ୍ୟମନ୍ତ୍ରୀ ପଦ ସାଂଗେ ସାଂଗେ ତ୍ୟାଗ କରିଥିଲେ। ମୁଁ ମଧ୍ୟ ମୋ ଉପରେ ଆସିଥିବା ଅଭିଯୋଗ ଯୋଗୁଁ ତିନି ଘଂଟା ମଧ୍ୟରେ ଇସ୍ତଫା ଦେଇଥିଲି। ବିଧାନସଭା ଚଳାଇବା ଦାୟିତ୍ୱ ବାଚସ୍ପତିଙ୍କର ଏବଂ ସରକାରଙ୍କର। ସରକାର ବିଧାନସଭା ଚାଲୁ ବୋଲି ଚାହାଁନ୍ତିକି। ୨୦୦୦- ୨୦୨୧ ମସିହା ପର୍ଯ୍ୟନ୍ତ କେବଳ ୨୦୦୬, ୨୦୧୦ ଏବଂ ୨୦୧୨କୁ ଛାଡ଼ିଦେଲେ ବିଧାନସଭା ୬୦ଦିନ ବସିନାହିଁ। ତେଣୁ ଗଣତନ୍ତ୍ର କିଭିଳି ସୁଦୃଢ଼ ହେବ ଗଣଙ୍କ ସ୍ୱର ଉତୋଳନ କରିବା ବିଧାନସଭା ଭଳି ପବିତ୍ର ମନ୍ଦିରରେ ତାଲା କାହିଁକି? ଏଥିପାଇଁ ଗୃହର ନେତା ଖୁଦ୍‍ ମୁଖ୍ୟମନ୍ତ୍ରୀ ନୈତିକ ଦାୟିତ୍ୱ ନେବେ କି ନାହିଁ।

କଂଗ୍ରେସ ମ୍ୟାନେଜ ହୋଇଗଲା ବୋଲି ବିଜେପି ଯେଉଁ ଅଭିଯୋଗ କରିଛି ତାର ଉତର ରଖି ଶ୍ରୀ ପଟ୍ଟନାୟକ କହିଲେ, କଂଗ୍ରେସ ଦଳ ପରୀ ନିଖୋଜ ଏବଂ ତାର ଶବମିଳିବା ଠାରୁ କଂଗ୍ରେସ ଦଳ ନୟାଗଡ଼ ପୋଲିସକୁ ଭେଟିବା ଏବଂ ନୟାଗଡ଼ର ସମସ୍ତ ବିଧାୟକଙ୍କୁ ଚିଠିଲେଖିବା, ପୋଲିସ୍‍ ଡିଜିଙ୍କୁ ଭେଟିବା ମେମୋରେଣ୍ଡମ ଦେବା ଏବଂ ମାନବିକ ଅଧିକାର କମିଶନଙ୍କ ପାଖରେ ଫେରାଦ ହେବା କାର୍ଯ୍ୟ କରିସାରିଛି। ଜୁଲାଇମାସ ୨୧ ତାରିଖ ଠାରୁ ଆଜିପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପରୀକୁ ଏବଂ ତାର ପରିବାରକୁ ନ୍ୟାୟଦେବା ପାଇଁ ଆନ୍ଦୋଳନ କରି ଚାଲିଛି ତେଣୁ କଂଗ୍ରେସ ଦଳ ଚୁପ ରହିଲା କେଉଁଠୁ ?

ଭାରତୀୟ ଜନତାପାର୍ଟି ଆଜକୁ ୪ମାସ କାଳ ଥିଲା କେଉଁଠି? ନୟାଗଡ଼ ଜିଲ୍ଲାରେ ବା ଓଡ଼ିଶାରେ କେଉଁ ସ୍ଥାନରେ ଆନ୍ଦୋଳନ କରିଛନ୍ତି ଓଡ଼ିଶାବାସୀ କେହି ଦେଖିଛନ୍ତିକି? ପରୀର ବାପା ଓ ମା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାପାଇଁ ଉଦ୍ୟମ କରିବା ପରେ ନଭେମ୍ବର ମାସ ୨୭ ତାରିଖରେ ପ୍ରଥମ ଆନ୍ଦୋଳନ କଲେ। ତେଣୁ ଏ ଦୀର୍ଘଦିନ ଧରି କିଏ ମ୍ୟାନେଜ ହୋଇଥିଲା ଏବଂ କାହିଁକି ହୋଇଥିଲା ? ବିଧାନସଭାରେ କଂଗ୍ରେସ ଦଳ ଏସଆଇଟି ଏବଂ ଏହାକୁ ଜଣେ ଓଡ଼ିଶା ହାଇକୋର୍ଟର କିନ୍ତୁ ସରକାର କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ। କଂଗ୍ରେସ ଦଳ ସେତେବେଳେ ସହିତ ନୟାଗଡ଼ ଜିଲ୍ଲାର ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲା। କିନ୍ତୁ ଏସଆଇଟି ଓ ଓଡ଼ିଶା ହାଇକୋର୍ଟ ସିଂଟି ଜର୍ଜଙ୍କ ତତ୍ୱାବଧାନରେ ତଦନ୍ତ ଦାବି ସରକାର ମାନିଲେ ଏବଂ ଓଡ଼ିଶା ଉଚ୍ଚନ୍ୟାୟଳୟର ରେଜିଷ୍ଟରଙ୍କୁ ଚିଠି ଲେଖିଲେ। କଂଗ୍ରେସ ଦଳ କୃଷକମାନଙ୍କ ସମସ୍ୟା, ବେକାରୀ ସମସ୍ୟା, ଶ୍ରମିକ ସମସ୍ୟା, ଶିକ୍ଷା ସମସ୍ୟା ଏ ସମସ୍ତ ବିଷୟରେ ଆଲୋଚନା କରିବାପାଇଇଁ ପସ୍ତୁତ ହେଲା, କିନ୍ତୁ ଦୁଃଖର କଥା ବିଜେପି ସିବିଆଇ ତଦନ୍ତ ଦାବି କରିବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କର ଇସ୍ତଫା ଦାବି କରୁଥିଲା। ଓଡ଼ିଶାରେ ୧୮-୧୯ଟି ଘଟଣାରେ ସିବିଆଇ ଦୀର୍ଘଦିନ ଧରି ତଦନ୍ତ କରୁଛି ତାହାର ଫଳାଫଳ ଆଜିପର୍ଯ୍ୟନ୍ତ ଜଣାପଡିଲା ନାହିଁ। ତେଣୁ ପରୀର ପରିବାରକୁ ସିବିଆଇ ତଦନ୍ତ ଦ୍ୱାରା ଶୀଘ୍ର ନ୍ୟାୟପ୍ରଦାନ କରାଯାଇ ପାରିଥାନ୍ତାକି? ଦୀର୍ଘ ୨୦ବର୍ଷ ଭିତରେ ଓଡ଼ିଶାରେ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି କିନ୍ତୁ କେବେ କେହି ଦେଖିଛନ୍ତିକି ଭାରତୀୟ ଜନତାପାଟି ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ସ୍ୱରଉତୋଳନ କରିବାର।

କେନ୍ଦ୍ରର ବିଜେପି ସରକାରର ଗୋଟିଏ ପରେ ଗୋଟିଏ ଜନବିରୋଧି ଆଇନକୁ ଅନ୍ଧଭାବରେ ନବୀନ ବାବୁଙ୍କ ସରକାର ସମର୍ଥନ ଦେଇଛନ୍ତି। ନିଜ ଦଳରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନଥାଇ କିଭଳି ଭାବରେ ରାଜ୍ୟ ସଭା ଭାରତୀୟ ଜନତାପାଟି ହାତେଇ ପାରିଲା ଏହା କଣ ଓଡ଼ିଶାବାସୀ ଜାଣନ୍ତି ନାହିଁ। ବାଲେଶ୍ୱର ନିର୍ବାଚନରେ ହାରିବା ପରେ ନିଜର ସ୍ଥିତି ଏବଂ ମୁହଁ ବଂଚାଇବା ପାଇଁ ଏବେ ଏକ ନୂଆ ନାଟକ କରୁଛନ୍ତି। ଓଡ଼ିଶାର ଜନସାଧାରଣ ସଂପୂର୍ଣ୍ଣ ଭାବରେ ଜାଣିଛନ୍ତି ବିଜେପି ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। କିଏ କାହାଦ୍ୱାର ମ୍ୟାନେଜ ହେଉଛି ଏ ପ୍ରଶ୍ନ ବିଜେପିର ପଚାରିବାର ଅଧିକାର ହିଁ ନାହିଁ। କଂଗ୍ରେସ ଦଳ ଓଡ଼ିଶାରେ ବିଜେପି ଏବଂ ବିଜେଡ଼ି ବିରୁଦ୍ଧରେ ଲଢେଇ କରୁଛି ଏବଂ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତ୍ୟେକ ସ୍ତରରେ ଲଢ଼େଇ କରିବ। ଦ୍ୱିତୀୟ କଥାଟି ଅରୁଣ ସାହୁଙ୍କ ଇସ୍ତଫା। ଖୋଦ ଗୃହବିଭାବ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ। ତେଣୁ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିବାପାଇଁ ମୁଁ ବିଜେପି ଦଳକୁ ଅନୁରୋଧ କରୁଛି।

ବିଜେପି ଦଳର ଶ୍ରୀ ସମ୍ବିଦ ପାତ୍ର ଯେଉଁ ଅଭିଯୋଗ ଆଣିଛି କଂଗ୍ରେସ ମ୍ୟାନେଜ ହୋଇଗଲା। ଏବଂ ୯ଜଣ ବିଧାୟକ ପଇସା ଖାଇ ଚୁପ ରହିଲେ। ଯଦି ଏହାର ପ୍ରମାଣ ନ ଦିଅନ୍ତି ଏବଂ କ୍ଷମା ନ ମାଗନ୍ତି ତାଙ୍କ ବିରୁଦ୍ଧରେ ଆଇନଗତ ଆଶ୍ରୟ ନେବୁ। ଗୃହର ନେତା ଖୋଦ ମୁଖ୍ୟମନ୍ତ୍ରୀ, ଗୃହର ଅଧ୍ୟକ୍ଷ ବାଚସ୍ପତି ମହୋଦୟ ଗୃହର ସ୍ୱାଧୀକାର ଭଙ୍ଗର ଯେଉଁ ପ୍ରଶ୍ନ ବିଜେପି ନେତୃବର୍ଗ ଉଠାଇଛନ୍ତି, ସେ ଦୃଷ୍ଟିକୋଣରୁ ଗୃହର ନେତା ଏବଂ ବାଚସ୍ପତି ବ୍ରିଚଅଫ ପ୍ରିଭିଲେଜରେ ଏକ କେସ ଦାୟର କରିବେକି? ନା ସାରା ଓଡ଼ିଶାରେ ଯେଉଁ ଚର୍ଚ୍ଚା ଚାଲିଛି ବିଜେଡ଼ି ବିଜେପି ଏକ ତାହା ହିଁ ହୋଇ ରହିବ।

ଅଭୟ ଏବଂ ଆକାଶ ପାଠକଙ୍କ ଯେଉଁ ସବୁ ତଥ୍ୟ ସାମନାକୁ ଆସୁଛି ସେଥିରୁ କିଛି ମୌଳିକ ପ୍ରଶ୍ନ ମୁଁ ଉତ୍‍ଠାପିତ କରୁଛି। କିଭଳି ୨୦୦୭ ରୁ ୨୦୧୪ ମସିହା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜେନେରାଲ ମ୍ୟାନେଜର ରାଜ୍ୟ ବନନିଗମନରେ ଥିଲେ। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଜେନେରାଲ ମ୍ୟାନେଜର ଏବଂ କେନ୍ଦୁପତ୍ର କିଣା କାର୍ଯ୍ୟରେ ତାଙ୍କୁ ସଂପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ୨୦୧୭-୨୦୨୦ ମସିହା ପର୍ଯ୍ୟନ୍ତ  ରହିଥିଲେ ଦୀର୍ଘଦିନ ଧରି ଗୋଟିଏ ପଦବୀରେ କିଭଳି ରହିଥିଲେ ? ତାଙ୍କର କାର୍ଯ୍ୟକଳାପ ଅନିୟମିତତା ଏବଂ ବହୁସମ୍ପତି ଠୁଳ କରିବାର କୌଣସି ତଥ୍ୟ ଗୁଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲା କି? ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିକଟରେ ପାଠକଙ୍କ ପୁଅ ଆକାଶ ପାଠକ ୫ଲକ୍ଷ ଟଙ୍କାର ଚେକ ମୁଖ୍ୟମନ୍ତ୍ରୀଙ୍କ ହାତରେ ଦେଲେ। ପାଠକ ଏବଂ ପାଣିଗ୍ରାହୀଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ସହ ଉଠାଇଥିବା ଫଟୋ ସବୁଆଡ଼େ ବୁଲୁଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଥିବା ଯେଉଁ ଅଧିକାରୀ ବୃନ୍ଦ ଆକାଶ ପାଠକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରାଇବାରେ ସହାୟତା ପ୍ରଦାନ କରିଥିଲେ ସେମାନେ ଆକାଶ ପାଠକଙ୍କ ବିଷୟରେ କୌଣସି ତଥ୍ୟ ସଂଗ୍ରହ କରିଥିଲେ କି ନାହିଁ? ୩୦ବର୍ଷର ଚାକିରୀକାଳ ଭିତରେ କୋଟି କୋଟି ଟଙ୍କା ଆତ୍ମସାତ କରିବାରେ ଯେଉଁ ଅଭିଯୋଗ ଆସିଛି ତାହା ଏଥିରୁ ସ୍ପଷ୍ଟ ପ୍ରମାଣ କରୁଛି ରାଜ୍ୟର ଗୁଇନ୍ଦା ବିଭାଗ କିଭଳି କାର୍ଯ୍ୟ କରୁଛି ଏବଂ ଭିଜିଲାନ୍ସ ବିଭାଗ କିଭଳି କାର୍ଯ୍ୟ କରୁଛି ତାହା ଏକ ବଡ଼ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦୀର୍ଘ ୨୧ବର୍ଷ ଭିତରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ସରକାରୀ ପଦଦବୀରେ ଥିବା ବାବୁମାନଙ୍କର ଅର୍ଥ ହଡ଼ପ କରିବା ଏକ ଦୌନଦିନ ଘଟଣା। ତେଣୁ ମୁଖ୍ୟମନ୍ତ୍ରୀ ମହୋଦୟ ନିଜେ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବେକି ନାହିଁ ସେ ବିଚାର କରନ୍ତୁ। ଶ୍ରୀଯୁକ୍ତ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କର ଏକାନ୍ତ ଅନୁଗାମୀ ଥିଲେ ତାଙ୍କ ବିଧାନ ସଭାର ସମସ୍ତ ଦାୟିତ୍ୱ ଦୀର୍ଘବର୍ଷ ଧରି ତାଙ୍କ ହାତରେ ଅର୍ପଣ କରିଥିଲେ। ଯେଉଁ ଆଧାରରେ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କୁ ଦଳରୁ ବହସ୍କାର କଲେ ସେଥିରେ ସେ ଦର୍ଶାଇଛନ୍ତି ଯେ ତାଙ୍କର ଜନବିରୋଧୀ କାର୍ଯ୍ୟକ୍ରମ ଯୋଗୁଁ ତାଙ୍କୁ ଦଳରୁ ବାହାର କରଗଲା। ଏହା ତାଙ୍କ ଦଳର ଆଭ୍ୟନ୍ତରଣ ବ୍ୟାପାର ଏଥିରେ ମୋର କୌଣସି ପ୍ରଶ୍ନ ଉତ୍‍ଥାପନ କରିବାର ନାହିଁ। ରାଜ୍ୟର ଯେଉଁମନ୍ତ୍ରୀ ମାନେ ଏବଂ ବଡ଼ବଡ଼ ବାବୁମାନେ ଜନବିରୋଧି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେକି?

 

Comments are closed.