ଉତ୍କଳ ମାତାର ସୁରକ୍ଷା ଆଜି ଏକ ବଡ଼ ପ୍ରଶ୍ନବାଚୀ : ପିସିସି ସଭାପତି

ଭୁବନେଶ୍ୱର : କୋଟିଆ ବିବାଦ ଦୀର୍ଘ ଦିନ ଧରି ଲାଗି ରହିଥିବା ବେଳେ ରାଜ୍ୟ ସରକାରଙ୍କର ନିଷ୍କ୍ରିୟତା ତଥା ଓଡ଼ିଶାର ନିଜସ୍ୱ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିବାରେ ଟାଳଟୁଳ ନୀତି ଯୋଗୁଁ ଆଜି କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ସ୍ୱତନ୍ତ୍ର ପୁଲିସ୍ ବାହିନୀ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଉପସ୍ଥିତିରେ ନିର୍ବାଚନ କରିପାରିଲେ, ଏହାଠାରୁ ଅଧିକ ଦୁଃଖ ଆଉ ଦୁର୍ଭାଗ୍ୟ ଏ ରାଜ୍ୟ ପାଇଁ କ’ଣ ହୋଇପାରେ ବୋଲି ପ୍ରଦେଶ କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକ ଅତି କ୍ଷୋଭର ସହିତ ପ୍ରକାଶ କରିଛନ୍ତି।

୨୦୦୬ ମସିହା ସୁପ୍ରିମକୋର୍ଟର ନିଷ୍ପତ୍ତି ସୁପ୍ରିମକୋର୍ଟର ରାୟ କେବଳ ଷ୍ଟାଷ୍ଟର୍ସକୋ ବଳବତ୍ତର ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲା ବେଳେ ଏ ଘଟଣାକୁ ଉଭୟ ରାଜ୍ୟ ସରକାର ବୈଠକ ମାଧ୍ୟମରେ ବା ଭାରତୀୟ ସମ୍ବିଧାନର ଧାରା ୩ ଓ ୪ ଅନୁସାରେ ସଂସଦ ଏ ବିବାଦର ସମାଧାନ କରିପାରିବ। ଆଜକୁ ୨୧ ବର୍ଷ ନିରନ୍ତର ଭାବରେ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଏବଂ ତନ୍ମମଧ୍ୟରୁ ଭାରତୀୟ ଜନତା ପାର୍ଟିର ସରକାର ଏଭଳି ଏକ ସ୍ପର୍ଷକାତର ଘଟଣାକୁ ନେଇ ଦୁଇ ରାଜ୍ୟର ସହମତି ଭିତ୍ତିରେ ହେଉ ବା ସଂସଦରେ ଉପସ୍ଥାପିତ କରି ଓଡ଼ିଶାର ସୀମାକୁ ରକ୍ଷା କରିବାର ଅସମର୍ଥ ହେଲେ କାହିଁକି। ଏଥିରୁ ସ୍ପଷ୍ଟ ପ୍ରତୀୟମାନ ଏ ଉଭୟ ଦଳର ନେତୃବୃନ୍ଦ ଉତ୍କଳ ମାତାର ଯୋଗ୍ୟ ସନ୍ତାନକି ? ଦୀର୍ଘ ୨ ମାସରୁ ଅଧିକ ସମୟ ଧରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ କିଭଳି ରାଜ୍ୟ ସରକାରଙ୍କୁ କାଣିଚାଏ ବି ଖବର ମିଳିଲା ନାହିଁ । କାହିଁକି ରାଜ୍ୟର ମନ୍ତ୍ରୀମାନେ ତଥାକଥିତ ବାବୁ ମାନେ କାହିଁକି ସେ ଅଞ୍ଚଳ ଗ୍ରସ୍ତ କରି ଏ ଦିଗରେ ବିହୀତ ପଦକ୍ଷେପ ନେଲେ ନାହିଁ। ଏ ନିର୍ବାଚନକୁ ବନ୍ଦ କରିବାପାଇଁ କାହିଁକି ରାଜ୍ୟ ସରକାର ସେଠାରେ ପୁଲିସ ଫୋର୍ସ ଏବଂ ଅଧିକାରୀ ବୃନ୍ଦଙ୍କୁ ନିୟୋଜିତ କଲେ ନାହିଁ ? ଏଣୁ ନବୀନ ବାବୁ ସବୁବେଳେ ଯେଉଁ କଥା କୁହନ୍ତି ସାରା ଓଡ଼ିଶା ତାଙ୍କର ପରିବାର କୁହନ୍ତି ଏହାର ଯଥାର୍ଥତା କେତେ।
୨୦୧୩-୧୪ ମସିହାରେ ଅଣବିଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୭ ରୁ ୧୩୦ ଡଲାର ଥିବା ବେଳେ ପେଟ୍ରୋଲ ଏବଂ ଡିଜେଲ ୭୨ ଟଙ୍କରୁ ୬୭ ଟଙ୍କାରେ ମିଳୁଥିଲା। କିନ୍ତୁ ଆଜକୁ ଦୀର୍ଘ ୩ ବର୍ଷଧରି ଅଣବିଶୋଧିତ ତୈଳଦର ଅନ୍ତର୍ଦେଶୀୟ  ବଜାରରେ ବହୁମାତ୍ରରେ କମିଥିଲା ବେଳେ କାହିଁକି ଆଜି ପେଟ୍ରୋଲ ଓ ଡିଜେଲ ଦର ୮୯.୩୭ ଟଙ୍କା ଏବଂ ୮୭ଟଙ୍କା ପହଞ୍ଚିଛି ଏହା କ’ଣ ସେ ଯେଉଁ ଆଛେଦିନର ସ୍ୱପ୍ନ ଦେଖାଇଥିଲେ ଏହା କ’ଣ ଆଛା ଦିନର ସ୍ୱପ୍ନ। ରୋଷେଇ ଗ୍ୟାସ ଉପା ସରକାର ସମୟରେ ୪୧୪ ଟଙ୍କାରେ ମିଳୁଥିଲା ବେଳେ ଆଜି ଏହା ୭୫୦ ଟଙ୍କାରେ ମିଳୁଛି। କହୁଥିଲେ ଗୃହୁଣୀମାନଙ୍କର ଆଖିରୁ ଲୁହ ପୋଛିବା ଥିଲା ତାଙ୍କର ସ୍ୱପ୍ନ କିନ୍ତୁ ୨୦୧୪ ମସିହା ପାଖରୁ ପ୍ରତ୍ୟେକ ଗୃହିଣୀଙ୍କ ଆଖିରୁ ଅନବରତ ଲୁହ ଗଢ଼ୁଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ମିଶି ପାଖାପାଖି ୫୩ଟଙ୍କାରୁ ଅଧିକ କର ଆକାରରେ ଆଦାୟ କରୁଛନ୍ତି । ଏ ଉଭୟ ସରକାର ଗରୀବ ଖଟିଖିଆ, ମଦଜୁର, ଚାଷୀ, ନିମ୍ନ ମଧ୍ୟବିତ ଏବଂ ମଧ୍ୟବିତ ଜନତାଙ୍କର ବିରୋଧି। ନିର୍ବାଚନ ଆସିଲେ ଲୋକଙ୍କ କଥା ମନେପଡେ ନିର୍ବାଚନ ପକେଟରୁ ଜୋର ଜବରଦସ୍ତ ଅର୍ଥ ଛଡ଼ାଇନେବା ହେଉଛି ଏମାନଙ୍କର ପ୍ରାଥମିକତା । କରୋନା ସମୟରେ ଅଶୋଧିତ ତୈଳ ସବୁଠାରୁ ନିମ୍ନ ସ୍ତରରେ ମଧ୍ୟ ପଂହଚିଥିଲା ଏବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୫୫ ଡଲାର ଅଛି । ସାଧାରଣତଃ ପେଟ୍ରୋଲ ଏବଂ ଡିଜେଲ ପାଖାପାଖି ୩୪ଟଙ୍କାରୁ ୪୦ଟଙ୍କା ଭିତରେ ମଧ୍ୟ ଯୋଗାଇ ଦିଆଯାଇ ପାରିବ। କେନ୍ଦ୍ର ସରକାର ନିଜର ବିତ୍ତିୟ ନିଅଣ୍ଟଟକୁ ଭରଣା କରିବାକୁ ଯାଇ ଅହେତୁକ କରଧାର୍ଯ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ କରିଚାଲିଛନ୍ତି । ଏହା ଜନତା ଜର୍ନାଦନ ବିଚାର କରିବେ।

ରାଜ୍ୟରେ ନାରୀ ନିର୍ଯ୍ୟାତନ, ରାଜନୈତିକ ହିଂସା, ଶିଶୁ ନିଖୋଜ ଏକ ଉତ୍କଟ ରୂପ ଧାରଣ କରିଛି । କିନ୍ତୁ ରାଜ୍ୟ ସରକାର ନିଦା ବିଷ୍ଣୁ । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୫ଟି ମୁଣ୍ଡ ଆଜି ଗଡ଼ିଗଲାଣି କେବଳ ଏହି ରାଜନୈତିକ ହିଂସାରେ। ତଥାପି ଏ ନିଦା ବିଷ୍ଣୁ ମୁଖ୍ୟମନ୍ତ୍ରୀଙ୍କର କୌଣସି ଚିନ୍ତା ନାହିଁ । କେଉଁ କ୍ଷେତ୍ରରେ ଟ୍ରାନସଫରମେସନ ଏବଂ ଟ୍ରାନସଫରମେସନ ଲୋକଙ୍କ ପାଖରେ ପହଂଚି ପାରୁନାହିଁ କାହିଁକି। ଚାଷୀ ଆନ୍ଦୋଳନ ଆଜି ସାରା ଭାରତ ବର୍ଷରେ ମୁଣ୍ଡ ଟେକି ଛିଆ ହୋଇଛି ସେତିକି ବେଳେ ରାଜ୍ୟର କୃଷକମାନଙ୍କୁ ଅତି କ୍ରୁର ଉପହାସ କରି ମାତ୍ର ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ପ୍ରକୃତରେ ରାଜ୍ୟ ସରକାରଙ୍କର କୃଷକ ମାନଙ୍କର ଏବଂ କୃଷି କ୍ଷେତ୍ର ସହିତ ଜଡ଼ିତ ସବୁ ବର୍ଗର ଲୋକଙ୍କର ଯଦି ହିତ ସାଧନ କରିବାକୁ ଚାହୁଁଥିଲେ ତାହାହେଲେ ତାହା ୫ ହଜାର ଟଙ୍କା ପରିବର୍ତେ କାହିକି ୨ ହଜାର ଟଙ୍କା ଦେଲେ? ଆଜିପର୍ଯ୍ୟନ୍ତ କଟଣି ଛଟଣୀ ଚାଲୁ ରହିଛି ଚାଷୀଙ୍କର ଅଖା ପଇସା ମିଳୁ ନାହିଁ କାଳେ କୃଷକ ମାନେ ରାଗିଯିବେ ଆସନ୍ତା ନିର୍ବାଚନକୁ ଆଖିଆଗରେ ରଖି କାଳିଆ ଟଙ୍କା ପ୍ରଦାନ କରାଗଲା ।

ଗତ ୨୧ବର୍ଷ ଭିତରେ ଗୋଟିଏ କୃଷିଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର କରିପାରିନଥିବା ସରକାର କୃଷକ ମାନଙ୍କର କିଭଳି ଅର୍ଥନୈତିକ ପ୍ରଗତି କଥା ଚିନ୍ତା କରୁଛି। କୃଷି ଆଇନ ବିରୁଦ୍ଧରେ ଯେତେବେଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ମୋଦି ସରକାରଙ୍କୁ ସଂସଦରେ ଏବଂ ସଂସଦରେ ବାହାରେ ଘେରୁଛନ୍ତି ସେତେବେଳେ ନବୀନ ବାବୁ କାହିଁକି ପଦୁଟିଏବି ପ୍ରଶ୍ନ କରୁନାହାନ୍ତି । ପ୍ରକୃତରେ ନବୀନ ବାବୁଙ୍କର ସାମନ୍ୟତମ ଦରଦ ନାହିଁ । ଆସନ୍ତା ୧୫ ତାରିଖ ସୋମବାର ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି। ତେଣୁ ରାଜ୍ୟବାସୀଙ୍କର ସମର୍ଥନ ଏକାନ୍ତ କାମ୍ୟ । ଏହି ବନ୍ଦ ସମୟରେ ହସ୍‌ପିଟାଲ, ଡକ୍ତର, ନର୍ସ, ପାରାମେଡିକାଲ ଷ୍ଟାପ, ଦମକଳ, ଆମ୍ବୁଲାନ୍ସ, ଦୁଗ୍ଧ ଗାଡ଼ି, ବର ଗାଡ଼ି ଏବଂ ସ୍ୱର୍ଗରଥ ଗାଡ଼ିକୁ ନ ଅଟେକାଇବାକୁ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.