ସମ୍ଭାବ୍ୟ ବାତ୍ୟା ‘ୟସ’କୁ ନେଇ ପିସିସି ସଭାପତି ଗଠନ କଲେ ଟାକ୍ସଫୋର୍ସ କମିଟି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ୟସ’ ପରୀପ୍ରେକ୍ଷୀରେ ୧୦ ଗୋଟି ଜିଲ୍ଲାର ଜନସାଧାରଣଙ୍କୁ ଆବଶ୍ୟକୀୟ ସୂଚନା, ବିଭିନ୍ନ ସେବା ଓ ସହଯୋଗ ଯୋଗାଇବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୧୧ ଜଣିଆ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି। ଏହି କମିଟିରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷ ଥିବାବେଳେ, ଶୁଭେନ୍ଦୁ ମହାନ୍ତି, ରଜତ ଚୌଧୁରୀ, ବିଶ୍ୱଭୂଷଣ ଦାସ, ଶମ୍ଭୁନାଥ ପାଣିଗ୍ରାହୀ, ପଦ୍ମାକର ଗୁରୁ, ବିଜୟାନନ୍ଦ ଚାଉଳିଆ, ନଳିନୀକାନ୍ତ ମହାନ୍ତି, ସତ୍ୟଶିବ ଦାସ, ଯୋଗେଶ ଅଗ୍ରୱାଲ ପ୍ରମୁଖ ସଦସ୍ୟ ରହିଛନ୍ତି । ସେହିପରି ବାତ୍ୟା ସମ୍ଭାବ୍ୟ ଜିଲା ଗୁଡ଼ିକରେ ଜିଲା କଂଗ୍ରେକମିଟି ସଭାପତି ଆଜି ସୁଦ୍ଧା ୮ ଜଣିଆ କମିଟି ଗଠନ କରିବା ସହ ସେମାନଙ୍କର ଯୋଗାଯୋଗ ନମ୍ବର ସହ ୨୪ ଘଣ୍ଟିଆ ହେଲପ୍‌ଲାଇନ ନମ୍ବର ଜିଲାବାସୀଙ୍କ ଲାଗି ଜାରି କରିବାକୁ ଓ ଲୋକଙ୍କୁ ଯଥାସମ୍ଭବ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

Comments are closed.