ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ପିସିସିର ଗୁରତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତରେ କିଭଳି ଦଳ ଭଲ ପ୍ରଦର୍ଶନ ଲାଭ କରିବ ଏବଂ ସଂଖ୍ୟା ଗରିଷ୍ଠତା ହାସଲ କରିବା ସେଥିନେଇ ଆଜି କଂଗ୍ରେସ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ପିସିସିର ଏହା ଏକ ଗୁରୁତ୍ବପର୍ଣ୍ଣ ବୈଠକ ବୋଲି କୁହାଯାଇଛି। ପ୍ରଭାରୀ ଚେଲା କୁମାରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଅନୁଷ୍ଠିତ ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହମିଶ୍ର, ବହୁ ବିଧାୟକ ଉପସ୍ଥିତ ଥିଲେ।

 

କଂଗ୍ରେସ ଦଳ କିଭଳି ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ଏବଂ ଅଧିକ ସଂଖ୍ୟାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ ସେଥିନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନକୁ କଂଗ୍ରେସ ଦଳ ପ୍ରାର୍ଥୀଙ୍କ ପ୍ରଚାର ଓ ସମର୍ଥନ ପାଇଁ ଦଳୀୟ କର୍ମକର୍ତ୍ତା ନିର୍ବାଚନ ପ୍ରଚାରରେ ଯିବା ପାଇଁ ମଧ୍ୟ ଆଲୋନାହୋଇଥିବା ସୂଚନା ମିଳିଛି।

Comments are closed.