୧୪ ଉପସଭାପତି, ୨୪ ସାଧାରଣ ସମ୍ପାଦକ ଓ ୯୯ ସମ୍ପାଦକ

0

ନୂଆଦିଲ୍ଲୀ : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଆଇସିସି ଦ୍ୱାରା ଘୋଷିତ ନୂଆ ପିସିସି ଟିମରେ ୧୪ ଜଣ ଉପସଭାପତି, ୨୪ ଜଣ ସାଧାରଣ ସଂପାଦକ, ୯୯ ଜଣ ସଂପାଦକ ଏବଂ ୨୭ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ଅଛନ୍ତି। ତାଲିକାରେ ପିସିସି କୋଷାଧ୍ୟକ୍ଷ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ମିଡିଆ ଓ ପ୍ରଚାର ବିଭାଗ ଅଧ୍ୟକ୍ଷ, ପ୍ରଦେଶ ନିର୍ବାଚନ କମିଟି, କୋର୍‍ କମିଟି, ପ୍ରଦେଶ ନିର୍ବାଚନ ପ୍ରଚାର କମିଟି ସମେତ କେତେକ ଜିଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ତେବେ ନୂତନ ପିସିସି କର୍ମକର୍ତ୍ତା ତାଲିକା ଅସମ୍ପୂର୍ଣ୍ଣ ରହିଛି। ଆଗକୁ ସଂପାଦକ ଏବଂ ଅନ୍ୟାନ୍ୟ ପଦରେ ଅଧିକ ସଂଖ୍ୟକ ନେତାଙ୍କୁ ଥଇଥାନ କରାଯାଇ ପ୍ରଦେଶ କଂଗ୍ରେସ କମିଟିର ବିସ୍ତାର କରାଯିବ ବୋଲି ଏଆଇସିସି ସୂତ୍ରରୁ ଜଣାପଡ଼ିଛି।
ପୂର୍ବରୁ ପ୍ରସାଦ ହରିଚନ୍ଦନଙ୍କ ପିସିସି ଟିମ ଘୋଷଣା ବେଳେ ‘ବହୁ ଲୋକରେ ମୂଷା ମରେ ନାହିଁ’ ମନ୍ତବ୍ୟ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରିଥିଲେ। ଏବେ ତାଙ୍କ ନୂଆ ଟିମରେ କର୍ମକର୍ତ୍ତାଙ୍କ ସଂଖ୍ୟା ପୂର୍ବ ସମସ୍ତ ପିସିସି ସଭାପତିଙ୍କ ଟିମକୁ ଟପି ଯାଇଥିବାରୁ ରାଜନୈତିକ ମହଲରେ ଆଲୋଚନର ବିଷୟବସ୍ତୁ ପାଲଟିଛି।
ନୂତନ ପିସିସିରେ ଉପସଭାପତି ପଦରେ ଅମରନାଥ ପ୍ରଧାନ, ଅନନ୍ତ ପ୍ରସାଦ ସେଠୀ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ, ସଦନ ନାୟକ, ସନ୍ତୋଷ ସିଂ ସାଲୁଜା, ରାଧାକାନ୍ତ ଦିଗାଲ, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ପ୍ରଫେସର କୌଳାସ ଆଚାର୍ଯ୍ୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ନକୁଳ ନାୟକ ଓ ସସ୍ମିତା ବେହେରା ଅଛନ୍ତି। ସାଧାରଣ ସଂପାଦକ ପଦରେ ସଞ୍ଜୀବ ଗିରି, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାସ, ବିଷ୍ଣୁ ଚରଣ ବାରିକ, ବିଶ୍ୱ ଭୂଷଣ ଦାସ, ଆଲୋକ ମିଶ୍ର, ରାଜକିଶୋର ଷଡ଼ଙ୍ଗୀ, ରାଜକିଶୋର ଦାସ, ହିମାଂଶୁ ଶେଖର ଦାସ, ଉମାବଲ୍ଲଭ ରଥ, ଗିରିବାଳା ବେହେରା, ବିନୋଦ ପାତ୍ର, ସରୋଜ ପାତ୍ର, ଅଜିତ ଦାସ, ଆକବର ଅଲ୍ଲୀ, ହିମାଂଶୁ ଶେଖର ଲିମା, କୁନି ମଲ୍ଲିକ, ଲକ୍ଷ୍ମଣ କୁମାର ମେହେର, ଦାଶରଥି ଗମାଙ୍ଗ, ଅଧିରାଜ ପାଣିଗ୍ରାହୀ, ଆପ୍ଲାସ୍ୱାମୀ କାଡର୍କା, ବିଦ୍ୟାଧର ଦେହୁରୀ, କୁମୁଦିନୀ କିର୍ଷାନୀ ଓ ସଂଗ୍ରାମ କେଶରୀ ଜେନାଙ୍କ ନାମ ଘୋଷଣା କରାଯାଇଛି। ବରିଷ୍ଠ କଂଗ୍ରେସ ନେତା କିଶୋର ଚନ୍ଦ୍ର ପଟେଲଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି।
ସେହିପରି ପିସିସି କାର୍ଯ୍ୟନିର୍ବାହୀ କମିଟିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, କିଶେର ଚନ୍ଦ୍ର ପଟେଲ, ଚିରଞ୍ଜୀବୀ ବିଶ୍ୱାଳ, ନବକିଶୋର ଦାସ, ପ୍ରଦୀପ ମାଝୀ, ରାମ ପାଢ଼ୀ, ରବି କୁମାର ସେଠୀ, ଗଜପତି ରାଓ, ତରୁଣ ମାଝୀ, ନରେନ ପଲେଇ, ଚତୁର୍ଭୁଜ ନାୟକ, ବଟକୃଷ୍ଣ ତ୍ରିପାଠୀ, ନରେନ୍ଦ୍ର ମିଶ୍ର, ରାସବିହାରୀ ବେହେରା, ଭାଗବତ ପ୍ରସାଦ ମହାନ୍ତି, ନୃସିଂହ ରଥ, ମନୋଜ କୁମାର ମହାପାତ୍ର, ହରିହର କରଣ, ପ୍ରକାଶ ଚନ୍ଦ୍ର ଦେବତା, ନାଗାର୍ଜୁନ ପ୍ରଧାନ, ଚିନ୍ତାମଣି ଦ୍ୟାନସାମନ୍ତରାୟ, ସେକ ମତଲୁବ ଅଲ୍ଲୀ, ଡକ୍ଟର ଆର କେ ନାୟକ, ଅଜନ୍ତୀ ପ୍ରଧାନ, ଗୋବର୍ଦ୍ଧନ ଦାସ ଓ ଜଗନ୍ନାଥ ରାଉତଙ୍କ ନାମ ରହିଛି।

Leave A Reply