ଉମର ଅକମଲଙ୍କୁ ସସ୍‌ପେଣ୍ଡ କଲା ପିସିବି

ଇସଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଗୁରୁବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ବାସନ୍ଦ କରିଛି। ଦୁର୍ନୀତି ବିରୋଧୀ କୋଡ୍‌ ଅନୁଚ୍ଛେଦ ୪.୭.୧ ଅନୁସାରେ ଅକମଲ୍‌ଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାମଲାର ଯାଞ୍ଚ ଚାଲିଥିବାରୁ ଏ ସମ୍ପର୍କରେ ପିସିବି ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ। ଅନ୍ୟପଟେ ପାକିସ୍ତାନର ଟି-୨୦ ଲିଗ୍‌ ପାକିସ୍ତାନ ସୁପର ଲିଗ୍‌(ପିଏସଏଲ)ର କ୍ଵେଟା ଗ୍ଲାଡିଏଟର୍ସ ଟିମ୍‌କୁ ଅକ୍‌ମଲଙ୍କ ବଦଳରେ ନୂଆ ଖେଳାଳି ଅନ୍ତର୍ଭୁକ୍ତ କରିବାକୁ ପିସିବି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଅକ୍‌ମଲ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ପକ୍ଷରୁ ୨୦୦ରୁ ଅଧିକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୫ ହଜାରରୁ ଊର୍ଦ୍ଧ୍ଵ ରନ୍‌ କରିଛନ୍ତି। ୨୦୧୯ରେ ସେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ।

Comments are closed.