ନେତା ହେବା ପାଇଁ ୨୫ହଜାର: ପଞ୍ଜାବ କଂଗ୍ରେସ ପଥାଙ୍କ ଆପଣେଇଲା ଏଆଇଏଡିଏମକେ

0

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ପଥାଙ୍କ ଅନୁସରଣ କରିଛି ତାମିଲନାଡ଼ୁର ଆଞ୍ଚଳିକ ଦଳ ଏଆଇଏଡିଏମକେ। ଆଗାମୀ ନିର୍ବାଚନରେ ଟିକେଟ୍‍ ପାଇବା ପାଇଁ ଆଶାୟୀଙ୍କୁ ଦରଖାସ୍ତ ସହ ୨୫ହଜାର ଟଙ୍କା ଦଳୀୟ ପାଣ୍ଠିକୁ ପ୍ରଦାନ କରିବାକୁ ପଡ଼ିବ। ଏହାକୁ ଦଳୀୟ ଟିକଟ ଫିସ୍‍ ବୋଲି ଏଆଇଏଡିଏମକେ ଘୋଷଣା କରିଛି। ତାମିଲନାଡ଼ୁ ଓ ପୁଡୁଚେରୀରେ ଏଆଇଏଡିଏମକେର ଲୋକପ୍ରିୟତା ରହିଥିବାବେଳେ ଆଶାୟୀ ତାଲିକା ମଧ୍ୟ ବେଶ ଲମ୍ବା। ଏହାକୁ ଦୃଷ୍ଟିରେ ରଖି ଏଆଇଏଡିଏମକେ ଲୋକସଭା ପ୍ରାର୍ଥୀଙ୍କ ପାଇଁ ୪ଫେବୃୟାରୀରୁ ୧୦ଫେବୃଆରୀ ମଧ୍ୟରେ ଆବେଦନ କରିବା ସହ ୨୫ହଜାର ଟଙ୍କା ଦଳୀୟ ପାଣ୍ଠିରେ ପ୍ରଦାନ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି। ତାମିଲନାଡ଼ୁର ୩୯ଟି ଆସନ ସମେତ ପୁଡୁଚେରୀର ଗୋଟିଏ ଆସନକୁ ନେଇ ମୋଟ୍‍ ୪୦ଟି ଆସନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସେହିପରି ଅନୁସୂଚିତ ଜାତି ଓ ଜନଜାତି ଆସନ ପାଇଁ ଟିକଟ ମୂଲ୍ୟ ୨୦ହଜାର ସ୍ଥିର କରାଯାଇଛି। ପଞ୍ଜାବରେ ମଧ୍ୟ ୧୩ଟି ସଂସଦୀୟ କ୍ଷେତ୍ରରେ ୪ଟି ଅନୁସୂଚିତ ଜାତି ଓ ଜନଜାତି ଆସନ ରହିଛି। ପଞ୍ଜାବ କଂଗ୍ରେସ ଦଳୀୟ ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏଭଳି ନୀତି ଆପଣେଇ ଥିଲେ।

Leave A Reply