ପାତ୍ରତନ୍ତୀ ସମାଜର ସାଂଗଠନିକ ସଭା 

ପାଟଣା : ଜିଲା ପାତ୍ରତନ୍ତୀ କଲ୍ୟାଣ ସମିତି କେନ୍ଦୁଝର ର ଆହ୍ଵାନ କ୍ରମେ ରବିବାର ଦିନ ଘଟଗାଁ ବ୍ଲକ ପାତ୍ରତନ୍ତୀ ସମାଜର ଏକ ସାମାଜିକ ସଚେତନତା ସଭା ସ୍ଥାନୀୟ ସତ୍ୟନାରାୟଣ ବିଦ୍ୟାପୀଠ ପରିସରରେ ଘଟଗାଁ ସାମଜ ସଭାପତି ସଞ୍ଜୟ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲା ସଭାପତି ପରମେଶ୍ବର ପାତ୍ର, ଜିଲା ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପାତ୍ର , ଉପସଭାପତି ବାବାଜୀ ଚରଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମାଜ ର ଏକତା , ଶିକ୍ଷା ପ୍ରସାର , ବାଲ୍ୟ ଶିକ୍ଷା, ମହିଳା ମାନଙ୍କୁ ସାମାଜିକ ସୁରକ୍ଷା , ନିଶା ନିବାରଣ, ଅନ୍ଧବିଶ୍ବାସ ର ବିଲୋପ ପାଇଁ ବକ୍ତବ୍ୟ ରେ ଆହ୍ଵାନ ଦେଇଥିଲେ। ଜିଲା ସମାଜ ସଙ୍ଗଠନ କୁ ନୂତନ ଭାବେ ଦୃଢ଼ , କ୍ରିୟାଶୀଳ କରିବା ପାଇଁ ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆଗେଇବାକୁ ମତବ୍ୟକ୍ତ ହେବା ସଙ୍ଗେ ସଙ୍ଗେ ଜିଲା ସମାଜ ସଙ୍ଗଠନ କୁ ଜିଲା ସ୍ତରୀୟ ପଞ୍ଜିକରଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି । ଉପଦେଷ୍ଟା ଶିକ୍ଷାବିତ୍ ଗଣେଶ୍ୱର ପାତ୍ର ,ସ୍ଵାଗତ ଭାଷଣ ଦେଇଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲିପୁନ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ । ତରାର ଚିତ୍ତ ପାତ୍ର, ସମ୍ପାଦକ ଧରଣୀ ପାତ୍ର , ବରାହଟିପୁରା ବେଣୁଧର ପାତ୍ର , ବିରଞ୍ଚି ପାତ୍ର , ଯଦୁମଣି ପାତ୍ର ,ଲକ୍ଷ୍ମୀଧର ପାତ୍ର , ରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.