ଦୁଇ ବାଇକ ମୁହାଁମୁହିଁ ଧକ୍କା – ୪ ଗୁରୁତର

ପାତ୍ରପୁର – ଗୁରୁବାର ସନ୍ଧ୍ୟାରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ୪ ଜଣ ଗୁରୁତର ହୋଇଛନ୍ତି । ମଇସାନ ପୁର ଗ୍ରାମର ଦିଲୀପ ସେଠୀ ଏବଂ ତିତିଗାଁ ର ସୁକୃ ସାହୁ ରମାକାନ୍ତ ସାହୁ ଏବଂ ବଳରାମ ସାହୁ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଦିଲ୍ଲୀପ କୌଣସି କାମ ପାଇଁ ପଳାସପୁର ଯାଇ ବାଇକ ଯୋଗେ ଫେରିବା ବେଳେ ବାଟରେ ବିପରୀତ ଦିଗରୁ ଯାଉଥିବା ଏହି ତିନିଜଣଙ୍କ ବାଇକ ସହି ମୁହାଁ ମୁହିଁ ଧକ୍କା ହୋଇ ଥିଲା। ଏଥିରେ ଚାରିଜଣ ଗରୁତର ହୋଇଥିଲେ।ନିକଟ ଗ୍ରାମର ଲୋକମାନେ ପହଞ୍ଚି ସମସ୍ତ ଆହତ ଙ୍କୁ ଉଦ୍ଧାରକରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ପଠାଯାଇଥିଲେ । ଏମାନଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି ।

Comments are closed.