MEllora 950×100

ବିଜୁଳି ଆଲୁଅ ପାଇବାରୁ ବହୁ ପରିବାର ବଞ୍ଚିତ

ପାତ୍ରପୁର : ସରକାର ବିଜୁଳି ସେବାରୁ ବାଦ ପଡିଥିବା ପ୍ରତ୍ୟେକ ଲୋକଙ୍କ ଘରକୁ ବିଭିନ୍ନ ଯୋଜନାରେ ବିଜୁଳି ଯୋଗାଇବା ଉଦ୍ୟମ କରିଛନ୍ତି। କୁଟୀରଯୋତୀ ବିଜୁଯୋତୀ ସୌଭାଗ୍ୟ ଯୋଜନାରେ ଏହି ଲକ୍ଷ୍ୟ ରଖି ସମସ୍ତଙ୍କୁ ବିଜୁଳି ଦିଆଯାଇଥିବା ଦର୍ଶା ଯାଉଛି। ସଂସଦ ପୌଷ ପଂଚାୟତରେ , ପାତ୍ରପୁର ବ୍ଲକ କେଶରୀ ପଡ଼ା ପଂଚାୟତର ତିନୋଟି ଗ୍ରାମରେ ୬୦ରୁ ଉର୍ଦ୍ଧ ପରିବାର ବିଜୁଳି ପାଇବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ପଞ୍ଚାୟତର ଏହି ସବୁ ଗ୍ରାମ ହେଲା ଖଡଙ୍ଗା ରାଜେନ୍ଦ୍ରପୁର ତୁଟିପୁର ଏବଂ ଭେଜିପଦର ବୋଲି ଜଣା ପଡ଼ିଛି।
ଏହି ସବୁ ଗ୍ରାମର ୬୦ରୁ ଉର୍ଦ୍ଧ୍ବ ଗରିବ ପରିବାରକୁ ପାଞ୍ଚ ବର୍ଷ ପୂର୍ବେ ମାଗଣା ବିଜୁଳି ଯୋଗାଇବାକୁ ବ୍ୟବସ୍ଥା ଗ୍ରହଣ କରିଥିଲେ।ଏଥିପାଇଁ ପ୍ରତି ଗ୍ରାମରେ ଟ୍ରାନ୍ସଫର୍ମର ସ୍ଥାପନା ସହିତ ଦାଣ୍ଡରେ ପୋଲ ପୋତି ତାର ଟଣା ଯାଇଥିଲା , ସ୍ଥାପିତ ଟ୍ରାନ୍ସଫର୍ମର ଲଟାବୁଦା ମାଡି ରହିଛି। ଏହା ପରେ ପ୍ରତି ଘରେ ବିଦ୍ୟୁତ ମିଟର ସ୍ଥାପନା କରି ତାର ସଂଯୋଗ କରାଯାଇଥିଲା। ତେବ ଟ୍ରାନ୍ସଫର୍ମର ରୁ ଗ୍ରାମକୁ ବିଦ୍ୟୁତ ଯୋଗାଣ ହୋଇ ନଥିବା ବେଳେ ମିଟର ରୁ ପୋଲକୁ ତାର ସଂଯୋଗ ନହୋଇ ଗୁଡ଼ାଇ ମିଟର ନିକଟରେ ରହିଛି। ଫଳରେ ଉପଭୋକ୍ତା  ବିଜୁଳି ପାଇବାରୁ ବଞ୍ଚିତ ହୋଇରହିଛନ୍ତି। ଏବେ ଲୋକ ମାନେ ଡିବିରି ଜାଳି ରାତ୍ରୀ ଯାପନ କରୁଛନ୍ତି। ଏହି ପଂଚାୟତଟି ବ୍ରହ୍ମପୁର ପୂର୍ବତନ ସାଂସଦଙ୍କ ପୌଷ ପଂଚାୟତ ଭବେ ଘୋଷଣା ହୋଇ ସାମଗ୍ରିକ ବିକାଶ କରିବା ଲକ୍ଷ୍ୟ ରହିଥିଲା। ତେବେ ଏ ମଧ୍ୟରେ ପାଞ୍ଚ ବିତି ଯାଇଥିବା ବେଳେ କାହାରି ଦୃଷ୍ଟି ପଡି ନଥିବାରୁ ଗରିବ ଲୋକମାନେ ବିଜୁଳି ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ସରପଂଚ ଓ ଦମୟନ୍ତୀ ଦାବୀ କରିଛନ୍ତି।

Comments are closed.