ସ୍କୁଲକୁ ନାହିଁ ଭଲ ରାସ୍ତା; ବିଦ୍ୟାଳୟ ଛାତ ଉପରେ ଉଡିଲା ତ୍ରିରଙ୍ଗା

ପାତ୍ରପୁର: ମନ୍ଦରଡା ଗ୍ରାମରେ ନୂତନଭାବେ ନିର୍ମାଣ ହୋଇ ଥିବା ବିଦ୍ୟାଳୟ ଛାତ ଉପରେ ସ୍ୱାଧୀନତା ଦିବସ ପତାକା ଉତ୍ତୋଳନ ହୋଇଛି । ଏହି ଗ୍ରାମର ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଯାଇଥିଲା । ତେବେ ନୂତନ ବିଦ୍ୟାଳୟ କୋଠାଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୂର୍ବ ବିଦ୍ୟାଳୟ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ତିନି ବର୍ଷତଳେ ନିର୍ମାଣ କରାଯାଇଥିଲା । ତେବେ ନୂତନ ବିଦ୍ୟାଳୟକୁ ଯିବାକୁ ପକ୍କା ରାସ୍ତା ଟିଏ ନିର୍ମାଣ ହୋଇ ନଥିବା ବେଳେ ନିର୍ମାଣ ବେଳେ ବିଭିନ୍ନ ବାଦ ବିବାଦ ସୃଷ୍ଟି ହୋଇଥିଲା ।

ଏପରିକି ବିଦ୍ୟାଳୟର କେତେକ ଆନୁସାଙ୍ଗି ବ୍ୟବସ୍ଥା ହୋଇ ନଥିଲା । ଜାହାରି ଫଳରେ ନୂତନ କୋଠାରେ ପଠା ପଢା ଆରମ୍ଭ ହୋଇ ପାରି ନଥିଲା । ଏବେଏହି ନୂତନ  ବିଦ୍ୟାଳୟକୁ ମାଟି ରାସ୍ତା ଟିଏ ନିର୍ମାଣ ହୋଇଛି । ଚଳିତ ବର୍ଷ ଏହି ନୂତନ ବିଦ୍ୟାଳୟ କୋଠା ନିକଟରେ ସ୍ୱାଧୀନତା ଦିବସ ପାଳନ ପାଇଁ ସ୍ତିର ହୋଇ ଥିଲା । ଆଜି ବିଦ୍ୟାଳୟ ପକ୍ଷରୁ ଏହି ଠାରେ ସ୍ୱାଧୀନତାଦିବସ ପାଳନ କରିବା ପାଇଁ ଛାତ୍ର ଛାତ୍ରୀ ଶିକ୍ଷକ ମନେ ପହଞ୍ଚି ଥିଲେ । ତେବେ ବିଦ୍ୟାଳୟ ପ୍ରାଙ୍ଗଣରେ ବର୍ଷା ଯୋଗୁ କାଦୁଅ ହେବା ଦେଖି କୋଠା ଉପରେ ସ୍ୱାଧୀନତା ଦିବସ ପାଇଁ ପତାକା ଉତ୍ତୋଳନ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ନୂତନ କୋଠାରେ ପିଲାଙ୍କ ପାଠପଢା ପାଇଁ ତୁରନ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ସହ ପକ୍କା ରାସ୍ତା କରାଗଲେ ପାଠପଢା ଆରମ୍ଭ ହୋଇ ପାରିବ।

 

Comments are closed.