ଅହିରାଜ ସାପ ଉଦ୍ଧାର କଲେ ବନ କର୍ମଚାରୀ

ପାତ୍ରପୁର,: ସାମନ୍ତିଆପଲ୍ଲୀ ବନାଞ୍ଚଳ ବୁରୁପଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ସନ୍ଧ୍ୟାରେଏକ ଅହିରାଜ ଉଦ୍ଧାର ହୋଇଥିବା ଜଣାପଡିଛି। ଗ୍ରାମର ରାଜେନ୍ଦ୍ର ପ୍ରଧାନଙ୍କ ବାରିପଟ ଘର ଭିତରକୁଏକ ଅହିରାଜ ପସିଆସୁଥିବା ପରିବାର ଲୋକେ ଦେଖି ପାଟି କରିଥିଲେ। ତାଙ୍କର ପାଟି ଶୁଣି ଗ୍ରାମର ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ଏହା ପରେ ସାମନ୍ତିଆପଲ୍ଲୀ ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗୀୟ କର୍ମଚାରୀ ତରୁଣେଶ୍ବର, ଜିତେନ୍ଦ୍ର ଦାସ, ରବୀନ୍ଦ୍ର ପ୍ରଧାନ, ଅଶୋକ ପାଇକ ପ୍ରମୁଖ ପହଞ୍ଚି ଅହିରାଜକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡି ଥିଲେ। ଏହି ଅଞ୍ଚଳରେ ଗତ କିଛି ମାସ ହେଲା ନିୟମିତ ବ୍ୟବଧାନରେ ଅହିରାଜ ସାପ ବାହାରୁ ଥିବା ଦେଖିବାକୁ ମିଳିଛି। ସାପଟିର ଲମ୍ବା ପ୍ରାୟ ନଅ ଫୁଟ ଥିବା ଜଣା ଯାଇଛି।

Comments are closed.