୧୨ ଫୁଟର ଲମ୍ବ ଅହିରାଜ ଉଦ୍ଧାର

ପାତ୍ରପୁର: ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିନ ତୁରୁବୁଡ଼ି ବନ ବିଭାଗ ମନ୍ଦରଡା ପଞ୍ଚାୟତ ନନ୍ଦରାଜପୁର ଗ୍ରାମରୁ ଏକ ଅହିରାଜ ସାପ ଉଦ୍ଧାର କରିଥିବା ଜଣା ଯାଇଛି। ଗତକାଲି ରାତିରେ ଅହିରାଜ ସାପଟି ନାଳ ଦେଇ ଗ୍ରାମର ଡ଼ି. ମିଟୁଙ୍କ ଘର ଭିତରକୁ ପଶି ଆସିଥିଲା। ପରିବାର ଲୋକେ ରେଷେଇ ଘରକୁ ଯିବା ବେଳେ ସାପକୁ ଦେଖି ଭୟଭିତ ହୋଇ ପଡ଼ିଥିଲେ। ଏହି ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଗ୍ରାମବାସୀ ପହଞ୍ଚି ସାପଟିକୁ ଦେଖି ସାମନ୍ତିଆପଲ୍ଲୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ତୁରନ୍ତ ପହଞ୍ଚି ଅହିରାଜକୁ ଉଦ୍ଧାର କରିବା ପରେ ଋଶିମାଳ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ିଥିବା ଜଣାପଡ଼ିଛି। ସାପଟିର ଲମ୍ବ ବାର ଫୁଟ ଥିବା ଜଣାଯାଇଛି। ଏହି ଅଞ୍ଚଳରେ ବିଭିନ୍ନ ସମୟରେ ଅହିରାଜ ସାପ ବାହାରୁ ଥିବା ବେଳେ ଏହି ଗ୍ରାମ ନିକଟ ବୁଡା ଗଡ଼ ଗ୍ରାମରୁ ଦୁଇ ମାସ ତଳେ ଅହିରାଜ ସାପ ଉଦ୍ଧାର କରାଯାଇଥିଲା।

Comments are closed.