ଦଶଫୁଟିଆ ଅଜଗର ଉଦ୍ଧାର

ପାତ୍ରପୁର: ଦିଗପହଣ୍ଡି ବ୍ଲକ ଭ୍ରମର ପୁର ପଞ୍ଚାୟତ ସମାସିଙ୍ଗି ଶାସନ ଗ୍ରାମରେ ସନ୍ଧ୍ୟାରେ ଏକ ଅଜଗର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛଡ଼ାଯାଇଛି। ଅଜଗରଟିର ଲମ୍ବ ଦଶ ଫୁଟ ଥିବା ଜଣାଯାଇଛି। ଆଜି ସନ୍ଧ୍ୟା ଆଠଟା ଘଣ୍ଟା ବେଳେ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ (ମଲା) କୌଣସି କାର୍ଯ୍ୟପାଇଁ ଭ୍ରମରପୁର ଯାଇ ଫେରିବା ବେଳକୁ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ସାମନାରେ ସାପଟିକୁ ଦେଖିଥିଲେ। ଏହା ପରେ ତାର ମୁଣ୍ଡକୁ କୌଶଳରେ ମାଡି ବସି ଡାକ ପକାଇଥିଲେ। ତାଙ୍କର ଡାକ ଶୁଣି ଗ୍ରାମର ଲୋକମାନେ ପହଞ୍ଚି ଯାଇଥିଲେ। ଏହା ପରେ ସାପଟିକୁ ଧରି ବାହୁଦା ନଦୀ ଆର ପାର୍ଶ୍ୱରେ ଥିବା ନନ୍ଦିଆ ପାହାଡରେ ଛାଡିଥିଲେ।

ଏହି ଗ୍ରାମରେ ଦୀର୍ଘ ବର୍ଷ ଧରି ପିତୃପୁରୁଷ ଅମଳରୁ ବିଷଧର ସାପ ସହିତ ବିଭିନ୍ନ ସାପ ଧରି ଏହି ପାହାଡରେ ଛାଡୁଛନ୍ତି। ଗ୍ରାମର ତିନି ପାର୍ଶ୍ୱରେ ନଇ ନାଳ ଥିବା ସହିତ ତୋଟାରେ ବିଭିନ୍ନ କିସମର ବୃକ୍ଷ ରହିଥିବା ଯୋଗୁଁ ବିଭିନ୍ନ ସମୟରେ ବିଷଧର ସାପ ଠାରୁ ବିଭିନ୍ନ କିସମର ସାପ ବାହାରୁଛି। ତେବେ ଗ୍ରାମର ୮୦% ପ୍ରତିଶତ ଯୁବକ ଧାନ ଅମଳରେ ବ୍ୟବହୃତ ବାଡ଼ି ଏବଂ ଲୁହା ଚିମୁଟ। ସାହାଯ୍ୟରେ କୌଶଳ ସହକାରେ ଧରି ଛାଡ଼ୁଛନ୍ତି। ଏହି ଗ୍ରାମରେ କେବେ କୌଣସି ବ୍ୟକ୍ତିଙ୍କୁ ସାପ କାମୁଡି ନଥିବାରୁ ବିଶ୍ୱାସରେ ସାପ ଧରି ଛାଡିବା ପରମ୍ପରା ରହିଛି।

Comments are closed.