ଘରଦୋଳାରେ ରସି ଦେଇ ଶ୍ରମିକଙ୍କ ଆତ୍ମହତ୍ୟା

ପାତ୍ରପୁର: ସାମନ୍ତରାପୁର ଗ୍ରାମରେ ଗତକାଲି ଦୁଇଜଣ ଆତ୍ମହତ୍ୟା କରିଥିବା ବେଳେ ଆଜି ପୁଣି ଜୟନ୍ତୀପୁର ତେଲେଙ୍ଗା ସାହିର ଜଣେ ଶ୍ରମିକ ନିଜ ଘର ମଧରେ ରସି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତାଙ୍କ ନାମ ମୁଂଣ୍ଡେଲା ଡିଲିରା (୫୫)। ଗତ କିଛିଦିନ ହେଲା ଡିଲି ଏବଂ ତାଙ୍କ ପତ୍ନୀ ମିଶି ନରେଗା କାମ କରିବାକୁ ଯାଉଥିଲେ। ଆଜି ତାଙ୍କ ପତ୍ନୀ କାମକୁ ଚାଲି ଯାଇଥିବା ବେଳେ ଡିଲି ପୋଖରୀରେ ସ୍ନାନକରି ଫେରିଥିଲେ। ତେବେ ସେ କାମକୁ ଯାଇନଥିବା ବେଳେ ତାଙ୍କ ପତ୍ନୀ କାମରୁ ଫେରିବା ବେଳେ ସ୍ୱାମୀ ଘର ମଧରେ ଦୋଳାରେ ରସି ଲଗାଇ ଓହଳି ଥିବା ଦେଖି ଲୋକଙ୍କୁ ଜଣାଇଥିଲେ। ଏହା ପରେ ଜରଡା ପୁଲିସ ପହଁଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ଥିଲେ। ଏନେଇ ଏକ ଅପମୃତୁ ମାମଲା ରୁଜୁ ହୋଇଛି। ତାଙ୍କର ଦୁଇ ପୁଅ ସହିତ ବିଧବା ଝିଅ ଅଛନ୍ତି। ଗତ କିଛିଦିନ ହେଲା ଏହିଭଳି ଘଟଣା ନଜରକୁ ଆସୁଥିବା ବେଳେ ଏହାର ନିରାକରଣ ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Comments are closed.