ବିଡ଼ିଓଙ୍କୁ ଅଟକ ଘଟଣା ପ୍ରତିବାଦରେ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ପାତ୍ରପୁର : ଭୋଟ ତାଲିକାରେ ନାମ ନଥିବା ପ୍ରତିବାଦରେ ପାତ୍ରପୁର ବିଡ଼ିଓଙ୍କୁ ଗତକାଲି ଆଦିବାସୀ ମାନେ ଅଟକ ରଖିବା ପ୍ରତିବାଦରେ କର୍ମଚାରୀ ମାନେ କଲମ ଛାଡ଼ କରି ଧାରଣା ଦେଇଛନ୍ତି। ପାତ୍ରପୁର ବ୍ଳକ ବିଡ଼ିଓ ପ୍ରକାଶ କୁମାର ଦାସଙ୍କୁ ଗତକାଲି ଧାଡିଆମ୍ବ ଗ୍ରାମର ଆଦିବାସୀ ମାନେ ଗାଡିରୁ ଓହ୍ଲାଇ ଚାରି କିଲୋମିଟର ଦୂର ଧାଡି ଆମ୍ବ ଗ୍ରାମକୁ ନେଇ ଅଟକ ରଖିଥିଲେ।ପରବର୍ତ୍ତୀ ସମୟରେ ଅଧିକାରୀ ଏବଂ ଆଦିବାସୀମଧ୍ୟରେ ଆଲୋଚନା ପରେ ଘେରାଉ ମୁକ୍ତ ହୋଇଥିଲେ। ଏହି ଘଟଣା ନେଇ ଜରଡ। ଥାନାରେ ଏତଲା ଦେବା ପରେ ପୁଲିସ  ଗତ ରାତ୍ର ଦୁଇଜଣଙ୍କୁ ଗିରଫ କରିଛି।ତେବେ ଜଣେ ପଦସ୍ତ ପଦାଧିକାରୀ ଙ୍କୁ ନେଇ ଅଟକ ରଖି ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବା ସହିତ ସମସ୍ତ କର୍ମଚାରୀ ଙ୍କୁ ସୁରକ୍ଷା ଦେବା ଦାବୀରେ କର୍ମଚାରୀମାନେ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଏହି ଧାରଣାରେ ବ୍ଳକ ତହସିଲ ଏବଂ ଶିଶୁବିକାଶ କାର୍ଯ୍ୟାଳୟ କର୍ମଚାରୀମାନେ ସାମିଲ ହୋଇ ଛନ୍ତି।

Comments are closed.