ଦୁଇଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କଲେ ବିଧାୟିକା

ପାତ୍ରପୁର : ପାତ୍ରପୁର ବ୍ଳକର ଦୁଇଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଚିକିଟି ବିଧାୟିକା ଉଷା ଦେବୀ ଯୋଗଦେଇ ଏହି ଦୁଇ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ପୋଇଚାନ୍ଦିଆ ନଦୀର ବନ୍ୟା ଜଳ ପଶୁଥିବା ବୁଡାଗଡ଼ ଏବଂ ତିନିଘରିଆ ଗ୍ରାମ କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ମ।ଟିବନ୍ଧ ନିର୍ମାଣ ନିମନ୍ତେ ନଦୀପଠାରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।ସେହିପରି ବାଘଲଟି ଡେମ ଜଳନିର୍ଗମ ପଥ ନିକଟରେ ବାମ ପାର୍ଶ୍ୱ କେନାଲ ଉନ୍ନତିକରଣ କାର୍ଯ୍ୟ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଚିକିଟି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଂଜୀବ କୁମାର ଦାସ ଶର୍ମା ,ସହକାରୀଯନ୍ତ୍ରୀ ଗିରିଶ କୁମାର ଶତପଥି , ଶିବରାମ ବେହେରା ,ଯନ୍ତ୍ରୀ ରବୀନ୍ଦ୍ର ନାୟକ ,ଯନ୍ତ୍ରୀ ବିଜୟ କୁମାର ପଟ୍ଟନାୟକ , ସଂଜୀବ କୁମାର ସାହୁ , ଜିଲାପରିଷଦ ସଭ୍ୟ ପ୍ରକାଶ ଦାସ , ବିଜେଡି ବ୍ଳକ ସଭାପତି ରାମନାଥ ପାଣିଗ୍ରାହୀ  , ସରପଞ୍ଚ ବସନ୍ତ କୁମାର ପ୍ରଧାନ  , ଶିବାନି ସାହୁ ବି କୃଷ୍ଣମୂର୍ତ୍ତି ବୃନ୍ଦାବନ ସାହୁ ରଘୁନାଥ ସାହୁ ପ୍ରମୁଖ ଯୋଗ ଯୋଗ ଦେଇଥିଲେ। ପ୍ରାୟ ଦଶ କୋଟି ଟଙ୍କାରେ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ହେବା ନେଇ ଚିକିଟି ନିର୍ବ।ହି ଯନ୍ତ୍ରୀ ପ୍ରକାଶକରିଥିଲେ।

Comments are closed.