ଦୁଇଲକ୍ଷ ଟଙ୍କାର ସାଗୁଆନ କାଠ ଜବତ

ପ।ତ୍ରପୁର : ସାମନ୍ତିଆପଲ୍ଲୀ ରେଞ୍ଜ ମନ୍ଦରଡା ପଞ୍ଚାୟତ ହରଡ ମରା ଗ୍ରାମ ନିକଟ ତିନୋଟି ସ୍ଥାନରେ ଗଛିତ ଥିବା ବିପୁଳ ପରିମାଣର ସାଗୁଆନ କାଠ ଜଙ୍ଗଲ ବିଭଗ ଜବତ କରିଛି। ଜବତ କାଠର ପରିମାଣ ୧୪୫ଘନଫୁଟ ହୋଇଥିବାବେଳେ ଅନୁମାନିକ ମୁଲ୍ୟ ଦୁଇ ଲକ୍ଷଟଙ୍କା ହେବା କୁହାଯାଇଛି। ହରଡ଼ ମରା ଗ୍ରାମ ନିକଟରେ ବିପୁଳ ପରିମାଣରେ ସାଗୁଆନ କାଠ ଚୋରାଚାଲାଣ ପାଇଁ ରହିଥିବା ସାମନ୍ତିଆପଲ୍ଲୀ ରେଞ୍ଜର ଖବର ପାଇ ଥିଲେ ।
ଏହା ଜଣା ପଡିବା ପରେ ରେଞ୍ଜର କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପ।ରା କର୍ମଚାରୀ ମାନଙ୍କୁ ସେହି ସ୍ଥାନକୁ ତୁରନ୍ତ ପଠାଇ ଥିଲେ। ଆଜି ସକାଳୁ ଏହି କାଠ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତକରାଯାଇଛି। ଜବତ କାଠ ପ୍ରାୟ ୧୪୫ଘନ ଫୁଟ ଥିବା ବେଳେ ଆନୁମାନିକ ମୂଲ୍ୟ ଦୁଇ ଲକ୍ଷଟଙ୍କା ହେବ ବୋଲି ଜଣା ପଡ଼ିଛି। ତେବେ ଏହି କାଠ ନେଇ କେହି ଦ।ବିଦାର ନଥିବା ବେଳେ ଜବତ ଘଟଣା ରେ ତିନୋଟି ମକଦ୍ଦମା ଦାୟର କରି ତଦନ୍ତ ଜାରି ରହିଥିବା ସ।ମନ୍ତିଆପଲ୍ଲୀ ରେଞ୍ଜେର ରଜତ କୁମାରମିଶ୍ର ସୂଚନା ଦେଇ ଛନ୍ତି।

Comments are closed.