ପାତ୍ରପୁର ବ୍ଲକର ତିନି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ

ପାତ୍ରପୁର: ପାତ୍ରପୁର ବ୍ଲକର ବୁରତାଲ ଆଦିବାସୀ ବିଦ୍ୟାପୀଠ, ବାଦପୁର ଆଦର୍ଶ ବିଦ୍ୟାଳୟ ଏବଂ ତୁରୁବୁଡି ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଉଦଘାଟିତ ହୋଇଯାଇଛି। ଏହି ସବୁ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ କମିଟି ସହ ସ୍ଥାନୀୟ ଜନ ପ୍ରତିନିଧିମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ। ବୁରାତାଲ ଠାରେ ବିଡ଼ିଓ ପ୍ରକାଶ କୁମାର ଦାସ, ବାଦପୁର ଠାରେ ବିଇଓ ଲୋକନାଥ ପାଢ଼ୀ, ଏପିଓ ପ୍ରଣତି ପୁରୋହିତଙ୍କ ସହିତ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ରାମକୃଷ୍ଣ ସାହୁ, ତୁରୁବୁଡି ଠାରେ ସରପଞ୍ଚ ଶିବାନୀ ସାହୁ, ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଜେନା, ଯନ୍ତ୍ରୀ ପଦ୍ମନାଭ ଜେନା, ଏବିଇଓ ସୀମାଞ୍ଚଳ ପାଇକ, ପିଇଓ ସାନ୍ତୁନୁ ବେଜ, ସମୀର କୁମାର, ରାଧାକୃଷ୍ଣ ବେଜ ପ୍ରମୁଖଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଏଭଳି ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ସ୍ୱାଗତ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ତିନୋଟି ଯାକ ବିଦ୍ୟାଳୟକୁ ଆଲୋକ ଓ ଫୁଲରେ ସଜାଯାଇ ବେଶ ଆକର୍ଷଣୀୟ କରାଯାଇଛି।

Comments are closed.