କୁରେଇଶୁଣି ପୀଠରେ ନବ ରାତ୍ରୀ ପୂଜା ପାଇଁ ପ୍ରସ୍ତୁତି

ପାତ୍ରପୁର: ପ୍ରାକୃତିକ ପରିବେଶ ଘେରା ଜଙ୍ଗଲ ମଧ୍ୟରେ ରହିଥିବା ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ କୁରେଇଶୁଣିଙ୍କ ନବରାତ୍ରୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାୟ ୩୦୦ବର୍ଷ ପୂର୍ବେ ପ୍ରତିଷ୍ଠିତ କୁରେଇଶୁଣି ଦେବୀଙ୍କ ସ୍ୱପ୍ନ।ଦେଶ ପରେ ଗଜପତି ଜିଲ୍ଲା ରମାଗିରିରୁ ସୁରଙ୍ଗିଗଡର ଜମିଦାର(ରାଜା) ଆଣି ମନ୍ଦିର ନିର୍ମାଣ କରିଥିଲେ। ସେହିଦିନ ଠାରୁ ପାରମ୍ପରିକ ରୀତିରେ ଏହି ପୂଜା ପାଳନ ହେଉଛି। ସୁରଙ୍ଗୀର ତତ୍କାଳୀନ ଜମିଦାରଙ୍କ ଇଷ୍ଟ ଦେବୀଙ୍କ ପୂଜା ନିମନ୍ତେ ଗତ କାଲି ମାଆଙ୍କ ପୀଠରେ ଗ୍ରାମ୍ୟ କମିଟି ତରଫରୁ ବୈଠକ କରି କୋଭିଡ ନିୟମ ଅନୁଯାୟୀ ପାଳନ ପୂର୍ବକ କାର୍ଯ୍ୟ ନିର୍ଘଣ୍ଟ ନିର୍ଦ୍ଧାରଣ ହୋଇଥିଲା। ମଙ୍ଗଳବାର ରାତ୍ର ଗ୍ରାମ ନିକଟରେ ପ୍ରବ।ହିତ ଅମର କୋଷ ବର୍ଣ୍ଣିତ ବାହୁଦ। ନଦୀରେ ହୋମ ପୂଜାର୍ଚ୍ଚନା କରି ବାଲି ସଂଗ୍ରହ କରିବା ପରେ ଏହି ଯାତ୍ରା ଆରମ୍ଭ ହେବ।ଏହା ପରେ ପଞ୍ଚମୀ ତିଥିରେ ଚୁଲିରେ ନିଆଁ ଉପରେ ମାଟିହାଣ୍ଡି ବସାଇ ପୂଜକ ଖାଲିହାତରେ ପଞ୍ଚବୁରିଆ ଭାଜି ବାଲି ଚାଙ୍ଗୁଡ଼ିରେ ସ୍ଥାପନ କରାଯାଇ ଥାଏ।

ପ୍ରତିଦିନ ରାତିରେ ପୂଜକ ଖଣ୍ଡା ଘଟ ଧରି ଗ୍ରାମ ପରିକ୍ରମା କରିଥାନ୍ତି। ମନ୍ଦିର ନିକଟରେ ରାଜ ପୁରୋହିତଙ୍କ ମୁଦ (ଗୁପ୍ତ ପ୍ରଶ୍ନ)ର ଉତ୍ତର ପୂଜକ ଦେହରେ ଦେବୀ ସଵାରୀ ହୋଇ ଦେବା ପରେ ଭକ୍ତଙ୍କ ପ୍ରଶ୍ନର ଉତର ଦେଇ ଥାଆନ୍ତି। ଏହି ସମୟରେ କଣ୍ଟା ଦୋଳିରେ ଝୁଲିବା, କଣ୍ଟା ପିଢ଼ାରେ ବସିବା, ନିଆଁରେ ଚାଲିବା ଭକ୍ତଙ୍କୁ ଚଳେଇବା ଭଳି ବହୁ ଅଲୋକିକ ଘଟଣା ଦେଖିବାକୁ ମିଳି ଥ।ଏ। ଏହା ଦେଖିବାକୁ ପ୍ରବଳ ଭିଡ ହୋଇ ଥାଏ। ପୂର୍ବରୁ ଥିବା ରାଜାଙ୍କ ଗଡ଼ ମାଟିରେ ମିଶିଯାଇ ଥିବା ବେଳେ ଗଡ଼ଖାଇ ମିଶିଯିବାକୁ ବସିଛି। ପିଠ ନିକଟରେ ଏବେ ସାତ ଭଉଣୀ ମନ୍ଦିର ନିର୍ମାଣ କରାଯାଇଛି। ଶୁଭକାମ ବେଳେ ଏହି ପୀଠରେ ପୂଜାକରି ଅନକୂଳ କରାଯାଉଛି। ଏହି ପୀଠରେ ବଳୀ ପ୍ରଥା ରହିଛି।

ପଡୋଶୀ ଆନ୍ଧ୍ର ପଶ୍ଚିମବଙ୍ଗ ସହିତ ଅଭିଭକ୍ତ କୋରାପୁଟ ଏବଂ ଗଜପତି ଜିଲ୍ଲାର ବହୁ ସଂଖ୍ୟକ ଭକ୍ତ ଏହି ନବରାତ୍ରୀ ପୂଜା ବେଳେ ରୁଣ୍ଡ ହୋଇ ଥାଆନ୍ତି। ଏହିପୀଠ ଠାରୁ ଦୁଇ କିଲୋମିଟର ଦୂରରେ ରହିଛି ବାଘଲଟି ଜଳଭଣ୍ଡର ରହିଛି। ଯାହାକି ଭକ୍ତମାନେ ପୀଠରେ ଦର୍ଶନ କରି ମାନସିକ ପୂରଣ ସହିତ ଜଳଭଣ୍ଡାର ବୁଲିବାର ମଜା ନେଇ ଥାଆନ୍ତି। ନିସନ୍ତାନ ବ୍ୟକ୍ତିମାନେ ମା’ଙ୍କୁ ପୂଜା କଲେ ସନ୍ତାନ ପ୍ରାପ୍ତିର ପ୍ରବାଦ ରହିଛି। ଯାତ୍ରା ସମୟରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି ତେବେ ଯାତ୍ରୀଙ୍କ ରହଣି ଓ ଶୌଚାଳୟ ପ୍ରଭୁତି ସୁବିଧା ନାହିଁ।

Comments are closed.