ଜୁଆ ଆଡ୍ଡା ଉପରେ ଚଢ଼ାଉ, ୪ ଗିରଫ

ପାତ୍ରପୁର-ଜରଡା ପୋଲିସ ପକ୍ଷରୁ ସୋମବାର ମଧ୍ୟରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୪ ଜଣ ଜୁଆଡିଙ୍କୁ ଗିରଫ କରି ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣାରେ ୪ ହଜାର ୮୩୦ ଟଙ୍କା ଜବତ କରିଛି। ପାତ୍ରପୁର ଜାଗିଲି ସାହିରେ ଏକ ଜୁଆ ଚାଲିଥିବା ନେଇ ଖବର ପାଇ ଜରଡ଼ା ପୋଲିସ ପକ୍ଷରୁ ଚଢାଉ କରା ଯାଇଥିଲା। ଏହି ଚଢାଉ ବେଳେ ଜୁଆଡିମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ୪ ଜଣ ଜୁଆଡିଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ସେମାନଙ୍କ ନିକଟରୁ ୪ ହଜାର ୮୩୦ ଟଙ୍କା ଜବତ କରିଛି। ସମସ୍ତ ଜୁଆଡିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜରଡାଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି।

Comments are closed.