ବାଇକ୍ ଧକ୍କାରେ ରେ କୃଷ୍ଣସାର ମୃତ

ପାତ୍ରପୁର: ପାତ୍ରପୁର ବ୍ଳକ କେଲୁଆ-ମର୍ଦ୍ଧରାଜ ପୁର ନିକଟରେ ବାଇକ୍ ଧକ୍କାରେ ଏକ କୃଷ୍ଣସାର ମୃଗର ମୃତ୍ୟୁ ହୋଇଛି। ଖବର ପାଇ ସାମନ୍ତିଆପଲ୍ଲୀ ରେଞ୍ଜ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୃଷ୍ଣସାର ମୃଗର ମୃତଦେହକୁ ଉଦ୍ଧାର କରି ସେଠାରୁ ସାମନ୍ତିଆପଲ୍ଲୀ ବନ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ପାତ୍ରପୁର ପଶୁଧନ ନୀରିକ୍ଷକ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ ଏବଂ ଏହା ପରେ ଏକ ଗାତ ଖୋଳି କୃଷ୍ଣସାର ମୃଗର ମୃତଦେହକୁ ପୋତି ଦିଆଯାଇଥିବା ସୂଚନା ମିଳିଛି। ମୃଗର ବୟସ ପ୍ରାୟ ପାଞ୍ଚ ବର୍ଷ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

 

କୃଷ୍ଣସାର ମୃଗଟି ରାସ୍ତା ପାର ହେଉଥିବା ବେଳେ କେହି ଜଣେ ବାଇକ ଚାଳକ ମୃଗକୁ ଧକ୍କା ଦେବା ଫଳରେ ତାର ମୃତ୍ୟୁ ହୋଇଥିଲା। ୧୧/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରେଞ୍ଜର ରଜତ କୁମାର ମିଶ୍ର ତଦନ୍ତ ଚଳାଇଥିବା ନେଇ ସୂଚନା ଦେଇଛନ୍ତି। କିଛିଦିନ ପୂର୍ବେ ପଦାଦିଗ ଗ୍ରାମ ନିକଟରେ ଏକ ଆହତ କୃଷ୍ଣସାର ମୃଗକୁ ବନ ବିଭାଗ ଉଦ୍ଧାର କରିଥିଲେ। ଚିକିଟି ଏବଂ ପାତ୍ରପୁର ବ୍ଳକ ଅଞ୍ଚଳରେ ଗତ କିଛି ଦିନ ହେଲା ଏହି ମୃଗ ଚଳ ପ୍ରଚଳ ହେଉଥିବା ଦେଖିବାକୁ ମିଳିଛି। ଏଣୁ ବନ ବିଭାଗ ଏହାର ସୁରକ୍ଷାପାଇଁ ଦୃଷ୍ଟିଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି

Comments are closed.