ନଦୀ ପାହାଡ଼ ପାର ହୋଇ କାର୍ୟ୍ୟ ସମ୍ପାଦନ କରୁଛନ୍ତି ଅଙ୍ଗନବାଡି କର୍ମୀ

ପାତ୍ରପୁର:ମୁଣ୍ଡ ଉପରେ ଦୁଃଖର ପାହାଡ଼ ଥିବା ବେଳେ ନିୟମିତ ନଦୀ ପାହାଡ଼ ପ।ରକରି ନିଜର କାର୍ୟ୍ୟ ଜାରି ରଖିଛନ୍ତି ଜଣେ ଆଦିବାସୀ ବିଧବା ଅଙ୍ଗନବାଡି କର୍ମୀ।ଏହି ଅଙ୍ଗନବାଡି କର୍ମି ଜଣକ ପାତ୍ରପୁର ବ୍ଳକ ଖ।ରିଆଗୁଡା ପଂଚାୟତ ମହୁଲ ବାଡ ଗ୍ରାମର ମଞ୍ଜୁଳା ଶବର ବୋଲି ଜଣା ପଡ଼ିଛି। ସ୍ୱାମୀ ଏବଂ ଦୁଇ ଝିଅଙ୍କ ମ୍ୟାଲେରିଆରେ ମୃତୁ ଘଟିଛି। ଶାଶୁ କେଉଁଆଡ଼େ ଚାଲି ଯାଇଥିଲେ। ତିତଲିରେ ଭାଙ୍ଗି ପଡିଥିବା ଘର ସଜାଡିନପାରି ଅନ୍ୟର ଘରେ ଆଶ୍ରୟ ନେଇଥିବା ବେଳେ ରାତି ପହିଲେ ନଦୀ ପାହାଡ଼ ପାର ହୋଇ କାର୍ୟ୍ୟ ସମ୍ପାଦନବାହାରି ପଡନ୍ତି। । ତାଙ୍କ ଗ୍ରାମ ଅଙ୍ଗନବାଡିରେ ସେ କର୍ମୀ ଭବେ କାର୍ୟ୍ୟ କରୁଛନ୍ତି। ତେବେ ମହୁଲ ବାଡ଼ି ସହିତ କେନ୍ଦ୍ର ଅଧୀନରେ ଗୁଡରି,ମାଣ୍ଡିଆ ଗୁଣ୍ଡୁ,କରଡା ବାଡ଼ି ଗ୍ରାମ ରହିଛି। ନିୟମିତ ବିଭିନ୍ନ କାର୍ୟ୍ୟ ସମ୍ପାଦନା ପାଇଁ ଅନ୍ୟ ତିନୋଟି ଗ୍ରାମକୁ ଯିବା ବେଳେ ଗ୍ରାମ ନିକଟରେ ଥିବା ବଗୀ ନଦୀ ପାର ହେବାକୁ ପଡୁଛି।ତେବେ ଦୁଇଦିନ ତଳେ କାର୍ୟ୍ୟ କରି ଫେରିବାବେଳେ ନଦୀରେ ବନ୍ୟାଜଳ ଯୋଗୁଁ ଅନ୍ୟ ଜଣେବ୍ୟକ୍ତିଙ୍କ ସହାୟତାରେ ନଦୀପାରହୋଇ ଥିଲେ। କେନ୍ଦ୍ର ଠାରୁ ଏହି ତିନୋଟି ଗ୍ରାମର ଦୂରତା ପ୍ରାୟ ପାଞ୍ଚ କିଲୋମିଟର ଥିବା ବେଳେ ମାଣ୍ଡିଆ ଗୁଣ୍ଡୁ, କରଡା ବାଡ଼ି ଗ୍ରାମ ରାସ୍ତାରେ ପାହାଡ ଚଢ଼ିବାକି ପଡୁଛି।ମଞ୍ଜୁଳା ନିଜ ଗ୍ରାମର ଗଣେଷ ଶବର ଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ହେବାର ଛଅ ମାସ ପରେ ଜ୍ୱର ରେ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ପୁଣି ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ।ତାକୁ କକି ସବର ନାମ ଦେଇଥିଲେ ।ତେବେ କକିଙ୍କୁ ପାଞ୍ଚ ବର୍ଷ ହୋଇଥିବା ବେଳେ ସେ ପୁଣି ଜ୍ଵର ରେ ଆକ୍ରାନ୍ତ ହୋଇ ଥିଲେ।ତାଙ୍କୁ ସ୍ୱାମୀ ଗଣେଷ ଚିକିତ୍ସା ପାଇଁ ସୁରଙ୍ଗୀ ଡାକ୍ତର ଖାନାକୁ ନେଇ ଥିଲେ। ତେବେ ଜ୍ଵର ଭଲ ନହେବାରୁ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନା କୁ ନେଇ ଥିଲେ। ସେହିଠାରେ ତାଙ୍କର ମେଲେରିୟ। ଚିହ୍ନଟ ହେବା ସହ ମୃତ୍ୟୁ ହୋଇଥିଲା। ଏହା ପରେ ସ୍ବାମୀ ଗଣେଷ ଜ୍ଵର ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତର ଖାନାକୁ ନେଇ ଥିଲେ। ତେବେ ସେ ମଧ୍ୟ ମେଲେରିୟ।ରେ ଆକ୍ରାନ୍ତ ଥିବା ଜଣା ପଡିବା ସହ ତାଙ୍କର ମଧ୍ୟ ଡାକ୍ତର ଖାନାରେ ମୃତ୍ୟୁ ହୋଇଥିଲା। ଘରେ ତିନିଜଣଙ୍କ ମୃତ୍ୟୁ ହେବା ପରେ ପୁଅକୁ ଝୁରି ଝୁରି ଶାଶୁ ସରସ୍ୱତୀ ପାଗଳୀ ହୋଇ ହୋଇଯାଇଥିଲେ। ତେବେ ଏହାର କିଛିଦିନ ପରେ ସେ କେଉଁଆଡ଼େ ଚାଲିଯାଇଥିଲେ।

 

କିଛିଦିନ ପରେ ମଞ୍ଜୁଳା ଶାଶୁଙ୍କ ଶାଶୁ ବ୍ରହ୍ମପୁର ଝିଅ ଘରକୁ ଚାଲି ଯାଇ ଥିବା ଜଣା ପଡିବା ସହ ଏବେ ସେହିଠାରେ ରହୁଛନ୍ତି। ଏହି ଭଳି ବିପତ୍ତି ଦେଖି ଶେଷରେ କର୍ମକୁ ଆଦରି ରହିଥିଲେ। ସ୍ୱାମୀ ଙ୍କ ମୃତ୍ୟୁ ବେଳେ ଗର୍ଭରେ ଥିବା ସନ୍ତାନ ୫ମାସ ପରେ ଜନ୍ମ ହୋଇଥିଲା।ପରବର୍ତ୍ତୀ ସମୟରେ ତାଙ୍କୁ ଗ୍ରାମରେ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ମିଳିଥିଲା। ଏବେ ପାଖରେ ଥିବା ଚାରି ବର୍ଷର ଝିଅ ରନ୍ତ।ଲୁଙ୍କୁ ନେଇ ଦୁଃଖରେ ଏବେ ଦିନ କଟୁଛନ୍ତି। ତେବେ ତିତଲି ବାତ୍ୟା ରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଏହା ପରେ ଗ୍ରାମକୁ କ୍ଷତି ଆକଳନ ପାଇଁ ଆସିଥିବା କର୍ମଚାରୀ ମାନେ ତାଙ୍କର ଭଙ୍ଗା ଘରର ଅବସ୍ଥା ଦେଖି ତାଲିକାରେ ନାମ ଲେଖିଥିଲେ।ତେବେ ପରବର୍ତ୍ତୀ ସମୟରେ ତାଙ୍କୁ କୌଣସି କ୍ଷତି ପୁରୁଣ ମିଳି ନଥିଲା। ହାତରେ ସମ୍ବଳ ନଥିବାରୁ ଭଙ୍ଗା ଘର ପୁନ ନିର୍ମାଣ କରିନପାରି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରହି କାର୍ୟ୍ୟ ଜାରୀ ରଖି ଛନ୍ତି।ଏବେ ଗ୍ରାମ ରେ ନୂତନଭାବେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଛି। ଆବାସ ଯୋଜନାରେ ଘରଟିଏ ମିଳିବା ଆଶା କରି ବିଭିନ୍ନ ଜନପ୍ରତିନିଧି ଏବଂ ଅଧକାରୀ ଙ୍କୁ ଗୁହାରୀ କରିଥିଲେ।ତେବେ ତାଙ୍କ ଶାଶୁ ସରସ୍ୱତୀ ଙ୍କୁ ପୂର୍ବରୁ ଆବାସ ଯୋଜନାରେ ଘର ନିର୍ମାଣ ନିମନ୍ତେ ପାଞ୍ଚ ହଜାର ଟଙ୍କା ମିଳିଥିବା ବେଳେ ଘର କାମ କିଛି ହୋଇ ନଥିବା ଦର୍ଶାଇ ସବୁ ମହଲରୁ ନିରାଶ ହେବାକୁ ପଡିଛି। ଏବେ ମାସିକ ମିଳିଥିବା ଅର୍ଥରେ ମାଆ ଝିଅ ଚଳୁ ଥିବା ନେଇ ମଞ୍ଜୁଳା ପ୍ରକାଶ କରିବା ଓସହ ତାଙ୍କ ଦୁଃଖ ଭରା କାହାଣୀ ବର୍ଣ୍ଣନା କରିଥିଲେ। ପ୍ରଶାସନ ଏହିଭଳି ବିପତି ପରେ ବିପତି ଭୋଗିଥିବା ଏହି ବିଧବା ଅଙ୍ଗନବାଡି କର୍ମୀ ଙ୍କ ଅବସ୍ଥା ପ୍ରତି ଦୃଷ୍ଟି ଦେବା ସହ ଆବାସ ଯୋଜନାରେ ସାମିଲ କରିବା ସହ ବିଦୂତ ସଂଯୋଗ ଯୋଗାଇ ଦେଲେ ପରିବାରର ଦୁଃଖ ଦୂର ହୋଇ ପ।ରିବ।ଆଶା ରହିଛି।

Comments are closed.