MEllora 950×100

୧୨ ଫୁଟର ଅହିରାଜ ଉଦ୍ଧାର

ପାତ୍ରପୁର: ପାତ୍ରପୁର ତଳ ବସଷ୍ଟାଣ୍ଡରୁ ଆଜି ଗୋଟିଏ ୧୨ ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି । ତଳ ବସଷ୍ଟାଣ୍ଡରେ ଥିବା ସିଲୁ ଗ୍ୟାରେଜ ମଧ୍ୟରେ ଏକ ସାପ ଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଗ୍ୟାରେଜ ମାଲିକ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ। ତୁରନ୍ତ ବନ କର୍ମଚାରୀ ଏବଂ ସାପ ଧରାଳି ଚିକିଟିର ରାମଚନ୍ଦ୍ର ସାହୁ ପହଞ୍ଚି ସାପଟିକୁ କାବୁ କରିଥିଲେ । ସାପଟିର ଲମ୍ବା ପ୍ରାୟ ୧୨ଫୁଟ ଥିବା ଜଣାପଡ଼ିଛି । ପରେ ସାପଟିକୁ ଉଦ୍ଧାର କରି ନିକଟରେ ଥିବା ଜଙ୍ଗଲରେ ଛାଡି ଦିଆଯାଇଛି । ଏହି ରେଞ୍ଜର ବୁଡା, ନନ୍ଦରାଜ ପୁର,ଏବଂ ବୁରୁପଡା ପ୍ରଭୁତି ଗ୍ରାମରେ ଗତ କିଛିଦିନ ତଳେ ତିନୋଟି ଅହିରାଜ ଉଦ୍ଧାର କରିଥିଲେ । ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଅହିରାଜ ସାପ ରହିଥିବା ବେଳେ ବିଭିନ୍ନସମୟରେ ଗ୍ରାମକୁ ଚାଲି ଆସୁଥିବା ଦେଖିବାକୁ ମିଳୁଛି।

Comments are closed.