ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଗିରଫ

ପାତ୍ରପୁର : ଜରଡା ପୁଲିସ ତରଫରୁ ଗତକାଲି ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଛଅ ଜଣକୁ ଗିରଫ କରିବା ସହ ନଗଦ ୭୫ ହଜାର ୫୦୦ଟଙ୍କା ଜବତ କରିଛି। ଗତକାଲି ରାତ୍ର ଜୟନ୍ତୀ ପୁର ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଚାରି ଜଣକୁ ଗିରଫ କରିବା ସହ ୭୫୦୦ଟଙ୍କା ଜବତ କରିଥିଲେ।ସେହିପରି ଘଡେଇଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଦୁଇ ଜଣକୁ ଗିରିଫ କରିବା ସହ ୭୦,୦୦୦,ହଜାର ଟଙ୍କା ଜବତ କରିଥିବା ଥାନା ଅଧକାରୀ ମୃତୁଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି।

Comments are closed.