ପାଟଣାଗଡ଼ ବିଧାୟକ ସରୋଜ ମେହେର ଅଟକ

ନୂଆପଡ଼ା : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି । ସୋମବାର ସକାଳୁ ନୂଆପଡ଼ାରୁ ଆଣି ବଲାଙ୍ଗୀରର ଏକ ଅଜଣା ସ୍ଥାନରେ ରଖି ପୁଲିସ ତାଙ୍କୁ ପଚରାଉଚୁରା କରୁଥିବା ସୂଚନା ମିଳିଛି । ଜେଇଙ୍କୁ ଉଠବସ୍ କରିବା ଘଟଣାରେ ଦାୟର ହୋଇଥିବା ମାମଲାରେ ତାଙ୍କୁ ଜେରା କରାଯାଉଛି ।

ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଦିବାସୀ ସଙ୍ଘ ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଓ କରିବ ବୋଲି ଚେତାବନୀ ଦେଇଥିଲା । ତେଣୁ ପୁଲିସ ଆଜି ସକାଳୁ ବିଧାୟକଙ୍କୁ ଅଟକ ରଖି ଜେରା କରୁଥିବା କୁହାଯାଉଛି ।

Comments are closed.