ଅଜଣା ଟ୍ରାକ୍ଟର ଧକାରେ ଯୁବକ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଘଟଗାଁ-ହରିଚନ୍ଦନପୁର ରାସ୍ତାର ରାଜପାଟ ଗ୍ରାମ ପୋଖରୀ ନିକଟରେ ଏକ ଅଜଣା ଟ୍ରାକ୍ଟର ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଯୁବକ ଜଣକ ଏକ ବାଇକରେ ନିଜ ଗ୍ରାମ ପାଟଣାବ୍ଲକ୍ ଡୁମୁରିଆ ପଞ୍ଚାୟତ କୋଠାଘର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଘଟଗାଁ ଥାନାକୁ ଅବଗତ କରାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକକୁ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ରିସିଭ୍‌ ଡେଥ ଘୋଷଣା କରିଥିଲେ। ମୃତ ଯୁବକ ଜନକ କୋଠାଘର ଗ୍ରାମର କୈଳାସ ମହାରଣା(୪୦) ବୋଲି ଜଣାପଡ଼ିଥିବା ବେଳେ ଘଟଗଁା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି।

Comments are closed.