ଗଙ୍ଗା ନଦୀରେ ଦୁଇ ନୌକା ମୁହାଁମୁହିଁ : ୨ ନିଖୋଜ

ପାଟନା : ପାଟନାର ମନେର ସ୍ଥିତ ଗଙ୍ଗା ନଦୀରେ ମଙ୍ଗଳବାର ଦୁଇଟି ନୌକା ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଏଥିରେ ଦୁଇ ଜଣ ନିଖୋଜ ରହିଛନ୍ତି।
ସୂଚନା ଅନୁସାରେ, ମନେରରେ ମଙ୍ଗଳବାର ସକାଳେ ପ୍ରବଳ କୁହୁଡି ପଡ଼ିଥିଲା। ଏହି କାରଣରୁ ଜାଣି ନପାରି ଦୁଇ ନୌକା ପରସ୍ପର ମଧ୍ୟରେ ଧକ୍କା ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ୧୨ଜଣରୁ ଅଧିକ ଲୋକ ବୁଡ଼ି ଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦୁଇ ଜଣ ନିଖୋଜ ରହିଛନ୍ତି।

Comments are closed.