କୀଟନାଶକ ଖାଇ ବୃଦ୍ଧଙ୍କର ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର ଝାଟିପଡା ସାହିରେ କୀଟନାଶକ ଖାଇ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଝାଟିପଡା ସାହିର ଯୁଧିଷ୍ଠିର ବାରିକ୍ ୬୨ ବର୍ଷ ଗତକାଲି ରାତିରେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ଔଷଧ ଖାଇଥିଲେ। ଏକ ବର୍ଷ ହେବ ଯୁଧିଷ୍ଠିରଙ୍କର ସ୍ତ୍ରୀ ମଧୁମେହ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ। ସ୍ତ୍ରୀର ମୃତ୍ୟୁ ପରେ ଯୁଧିଷ୍ଠିରଙ୍କର ମାନସିକ ଅବସ୍ଥା ଠିକ୍ ନଥିବା ଗ୍ରାମବାସୀମାନଙ୍କ ଠାରୁ ସୂଚନା ମିଳିଛି। ଆଜି ସକାଳେ ଅନ୍ୟତ୍ର ରହୁଥିବା ତାଙ୍କର ପୁଅ ବାପା କୀଟନାଶକ ପିଇଥିବା ଖବରପାଇ ପ୍ରଥମେ ପାଟଣା ମେଡିକାଲକୁ ଅଟୋରେ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରିଥିଲେ ଓ କେନ୍ଦୁଝରରେ ଚିକିତ୍ସା ହେଉଥିବା ସମୟରେ ଯୁଧିଷ୍ଠିର ବାରିକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Comments are closed.