ମଲ୍ଲିପଶି ବଜାରକୁ ୨୪ ଘଣ୍ଟା ସଟ୍ ଡାଉନ୍ କଲେ ସରପଞ୍ଚ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ୨୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ମଲ୍ଲିପଶି ବଜାର ଅଞ୍ଚଳକୁ ଆଜି ଅପରାହ୍ନ ଗୋଟାଏ ଠାରୁ ଆସନ୍ତା କାଲି ଦିନ ୧ଘଟିକା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି ମୂଷାଖୋରୀ ସରପଞ୍ଚ ଭାମାମଣୀ ଦାସ, ଆଜି ଉତ୍ତରପ୍ରଦେଶରୁ ଏକ ଘରୋଇ ବସ୍ ଏହି ରାସ୍ତାରେ ପ୍ରବାସୀଙ୍କୁ କରଞ୍ଜିଆ ଅଞ୍ଚଳକୁ ନେଇ ଯାଉଥିବା ବେଳେ ଦିନ ୧୨ଟା ୪୫ମିନିଟ ସମୟରେ ମଲ୍ଲିପଶି ଛକରେ ଅଟକିଥିଲା। ବସରୁ ବହୁ ପ୍ରବାସୀ ଓହ୍ଲାଇ ଦୋକାନରୁ ଥଣ୍ଡା ପାନୀୟ ଓ ପଇଡ଼ ଅନ୍ୟାନ୍ୟ ଜିନିଷ ପତ୍ର କିଣାକିଣି କରିବାରୁ ଲୋକମାନେ ଏହାକୁ ବିରୋଧ କରିଥିଲେ। ଘଟଣା ଆଗକୁ ବଢିବା ସମ୍ଭାବନା ଥିବାରୁ ପ୍ରବାସୀମାନେ ବସରେ ଉଠି ଚାଲି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ମୂଷାଖୋରୀ ସରପଞ୍ଚ ଭାମାମଣୀ ଦାସ ମଲ୍ଲିପଶି ବଜାର ଓ ହାଟଅଞ୍ଚଳକୁ ୨୪ ଘଣ୍ଟା ପାଇଁ ସଟ୍ ଡାଉନ କରିଛନ୍ତି। ବଜାର ଅଞ୍ଚଳ ବିଶୋଧନ ପାଇଁ ଅପରାହ୍ନରେ ପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ମଲ୍ଲିପଶି ହାଟ ଓ ବଜାର ଅଞ୍ଚଳ କୁ ବିଶୋଧନ କରୁଥିବା ଦେଖାଯାଇଛି।

Comments are closed.