ମହ୍ଲାରପଦା ପୋଲ ଉପରେ ପାଣି, ପାଟଣା-ସାହାରପଡା ଯୋଗାଯୋଗ ବାଧାପ୍ରାପ୍ତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଠାରେ ବୈତରଣୀ ସେତୁର ଅପରପାର୍ଶ୍ୱରେ ସାହାରପଡା ବ୍ଲକ ସୀମା ମହ୍ଲାରପଦା ନାଳ ପୋଲ ଉପରେ ପାଣି ଚାଲିଛି। ବୈତରଣୀ ପୋଲ ଉପର ଦେଇ ଯିବା ପାଇଁ ସାହରପଡ଼ା ବ୍ଲକ ର ମଲ୍ଲାରପଦା, ଉଦୟପୁର, ଖଜିରାପାଟ ଓ ବାଇକଳା ପଞ୍ଚାୟତବାସୀ ପୋଲ ପୂର୍ବରୁ ପଡୁଥିବା ମଲ୍ଲାରପଦା ନାଳର ହୋମ ପାଇପ ପୋଲ ଉପର ଦେଇ ଯାତାୟତ କରିଥାନ୍ତି। ତେବେ ଲଗାଣ ବର୍ଷା କାରଣରୁ ବୁଧବାର ନାଳର ହୋମ ପାଇପ ଭାସିଯାଇଛି। ବାଧ୍ୟ ହୋଇ ଲୋକେ ପାଣିରେ ପଶି ପାଟଣା ଓ ସାହରପଡା ସୀମା ମଧ୍ୟରେ ଯାତାୟତ କରୁଛନ୍ତି।

ରାଜନଗରଠାରେ ସେତୁକୁ ଅଧିକ ଲମ୍ବା କରାଯାଇଥିଲେ ଏକ ସଙ୍ଗରେ ବୈତରଣୀ ଓ ମହ୍ଲାରପଦା ଉପରେ ସେତୁ ସର୍ବକାଳିନ ଯାତାୟତ ପାଇଁ ଉତ୍ତମ ହୋଇଥାନ୍ତା ବୋଲି ଲୋକେ ଦାବି କରିଥିଲେ ମଧ୍ୟ ସେମାନଙ୍କ ଦାବି ସରକାର ନ ମାନିବାରୁ ଏହି ଦଶା ଭୋଗିବାକୁ ପଡୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Comments are closed.