ଢେଙ୍କିକୋଟରେ ରଥ ଯାତ୍ରା

ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଠାରେ ରଥ ଯାତ୍ରା ଆଦି ପାଳିତ ହୋଇଯାଇଛି। ମନ୍ଦିର ପରିଚାଳନା କମିଟି ଦ୍ୱାରା ଚଳିତ ବର୍ଷ ନୂତନ ରଥ ନିର୍ମାଣ କରାଯାଇଥିଲା। ଦୀର୍ଘ ୨ ବର୍ଷ କରୋନା କଟକଣା ଯୋଗୁଁ ରଥ ଯାତ୍ରା ବନ୍ଦ ଥିବାରୁ ଗ୍ରାମାଞ୍ଚଳ ଭକ୍ତଙ୍କ ଭିଡ଼ ଜମିଥିଲା। ପୂର୍ବାହ୍ନ ୧୧ଟା ବେଳେ ମନ୍ଦିର ରେ ପ୍ରଭୁ ତିନି ଠାକୁରଙ୍କ ଯଥା ବିଧି ରୀତିନିତି ଅନୁଯାୟୀ ପୂଜକ ଟିକିନା ନନା ଓ କଳାକର ପଣ୍ଡାଙ୍କ ଦ୍ୱାରା ଅନୁଷ୍ଠାନର ସଂକଳ୍ପଧାରୀ ରାମଚନ୍ଦ୍ର ସାହୁ, ନୀଳମଣି ମଣ୍ଡଳ, ସୁଶାନ୍ତ ମଣ୍ଡଳ, ରାକେଶ ମଣ୍ଡଳ ଏବଂ ଅଭିମନ୍ୟୁ ପଲେଇ ସଂକଳ୍ପରେ ବସିଥିଲେ। ଅପରାହ୍ନ ୨ଟାରେ ପୂଜା କାର୍ଯ୍ୟ ଶେଷ ହୋଇ ଥିବାବେଳେ ୪ଟା ବେଳେ ରଥ ଟଣା ହୋଇ ସାଢେ ୭ଟାରେ ମାଉସୀ ମା’ ମନ୍ଦିର ସମ୍ମୁଖରେ ତିନି ଠାକୁର ପହଞ୍ଚିଛନ୍ତି। ଆସନ୍ତାକାଲି ଠାକୁର ରଥରୁ ଓହ୍ଲାଇବେ। ରଥ ଯାତ୍ରାରେ ୩୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଆସନ୍ତା ଶନିବାର ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ।

Comments are closed.