ମଦ ପିଇ ନିଜ ସ୍କୁଟି ସହ ଘରକୁ ଜାଳି ଦେଲା ମଦ୍ୟପ

ପାଟଣା –  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା ।    ପୁରନ୍ଦର ନାଏକ ନାମକ ବ୍ୟକ୍ତି ମଦ ପିଇନିଜେ ବ୍ୟବହାର କରୁଥିବା ସ୍କୁଟି ସହିତ ଘରକୁ ଜାଳିପୋଡି ପାଉଁଶ କରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ପୁରନ୍ଦର ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମଦ ପିଇ ଘରକୁ ଫେରି ଘର ଲୋକ ସହିତ ଝଗଡା କରନ୍ତି । ସେମାନଙ୍କୁ ଜୀବନରେ ମାରିଦେବାର ଧମକ ଦେଉଥିବା ଯୋଗୁଁ ପରିବାର ଲୋକ ପଡିଶା ଭୟରେ ଘରେ ଶୁଅନ୍ତି । ଘରେ ନିଆଁ ଲାଗିବା ବେଳେ କେହି ଉପସ୍ଥିତ ନଥିଲେ ।  ଘରେ ଥିବା ଆସବାବ ପତ୍ର ସହ ଟଙ୍କା ଓ ଚାଉଳ ପୋଡିଯାଇଛି ।

 

Comments are closed.