ଟ୍ରାକ୍କର ଓଲଟି ଚାଳକ ମୃତ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନବରବେଡା ଗ୍ରାମର ଟ୍ରାକ୍ଟର ଚାଳକ ସରୋଜ ମହାନ୍ତ (୨୨)ଙ୍କର ଦୁର୍ଘଟଣାରେ ଆଜି ମୃତ୍ୟୁ ଘଟିଛି । ସେ ନିଜ ଟ୍ରାକ୍ଟରରେ ଧାନ ପେଡା ମେସିନ ନେଇ ଆସୁଥିଲେ। ସଦର ଥାନା ବନାଯୋଡି ଟୋଲ ଗେଟ ନିକଟରେ ତାଙ୍କର ଟ୍ରାକ୍ଟରଟି ଓଲଟି ପଡିଥିଲା। ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ତଳେ ପଡିଯାଇଥିଲେ ଏବଂ ଏହା ପରେ ପରେ ମେସିନଟି ମଧ୍ୟ ତାଙ୍କ ଉପରେ ପଡିଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସଦର ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ପଠାଇଛନ୍ତି। ସରୋଜଙ୍କ ପିତା ନୁନ୍ଦୁ ମହାନ୍ତଙ୍କର ମଧ୍ୟ ଅକାଳ ବିୟୋଗ ଘଟିଥିଲା। ସରୋଜ ନିକଟରେ ବିବାହ କରିଥିଲେ।

Comments are closed.