ଯାତ୍ରୀବାହୀ ଅଟୋ ଓଲଟି ଜଣେ ମୃତ, ଦେଓ ନଦୀ ପୋଲ ଉପରେ ଏକ କାର ସହ ବାଇକର ମୁହାଁମୁହିଁ ଧକ୍କା

ପାଟଣା: ପାଟଣା ଥାନା ଅନ୍ତର୍ଗତ ସାହାରପଡା ଅଞ୍ଚଳ ହାଣ୍ଡିଆସିଲ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ଜଣେ ମହିଳା ଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା କରଞ୍ଜିଆ ଉପଖଣ୍ଡ ରେଙ୍ଗାଳବେଡା ଗ୍ରାମର ଫୁଲମଣୀ ଗୁୟା (୨୮) ବୋଲି ଜଣାପଡିଛି। ରେଙ୍ଗାଳବେଡା ରୁ ୪ ଜଣ ବ୍ୟକ୍ତି ଏକ ଅଟୋରେ ସମ୍ପର୍କିୟ ବାରତୁଣିଆ ଗ୍ରାମକୁ ଆସି ରେଙ୍ଗାଳବେଡା ଫେରିବା ରାସ୍ତାରେ ହାଣ୍ଡିଆସିଲ ନିକଟରେ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗୁରୁତର ଫୁଲମଣୀ କୁ କଟକ ସ୍ଥାନାନ୍ତର ସମୟରେ ପାଟଣା ନିକଟରେ ସେ ପ୍ରାଣ ହରାଇଛନ୍ତି।

ସେହିପରି ପାଟଣା ଥାନା ଅନ୍ତର୍ଗତ ସାହାରପଡା ନିକଟ ଦେଓ ନଦୀ ପୋଲ ଉପରେ ଏକ କାର ସହ ବାଇକର ମୁହାଁମୁହିଁ ଧକ୍କା ହେବାରୁ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ମୟୁରଭଞ୍ଜ ଜିଲ୍ଲା ତାଟୋ ନିକଟ କାଞ୍ଜିଆପଡାର ହିରାଲାଲ୍ ମହାନ୍ତ(୪୦) ବୋଲି ଜଣାପଡିଛି । ଏନେଇ ପାଟଣା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି ।

Comments are closed.