ପଲାଣଘାଟିରେ ଶିଶୁ ମହୋତ୍ସବ

ପାଟଣା: ପାଟଣା ବ୍ଲକ ଚିନାମାଳିପଶି ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଆଜି ପଲାଣଘାଟି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ସଚ୍ଚିଦାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସାଧନ କେନ୍ଦ୍ର ସଂଯୋଜିକା ସରୋଜିନୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିକ୍ଷକ ସର୍ବଶ୍ରୀ ବିଭୀଷଣ ଦଳଦାଶିଆ, ଦିବାକର ଦେହୁରୀ, ବିଭୂତି ଭୂଷଣ ପ୍ରଧାନ, ପ୍ରଫୁଲ୍ଲ ନାୟକ, ଶାନ୍ତନୁ ନାୟକ ଓ ପଲାଣଘାଟି ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ନେଇ ନୃତ୍ୟ ସଙ୍ଗୀତ ଚିତ୍ରାଙ୍କନ ଆଦି ବିବିଧ ପ୍ରତିଯୋଗିତା ପରିଚାଳନା କରିଥିଲେ।

Comments are closed.