କାଳ ବୈଶାଖୀ ପ୍ରଭାବ : ପବନ ସହ କୁଆପଥର ମାଡ

ପାଟଣା : କାଳ ବୈଶାଖୀ ପ୍ରଭାବରେ ପାଟଣା ଥାନା ସାହାରପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନ ୪ଟାରୁ ଅଧଘଣ୍ଟା ଧରି କାଳ ବୈଶାଖୀର ପ୍ରଭାବରେ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ସାହାରପଡା ବ୍ଲକର ସାହାରପଡା, ବଡ଼ବିଲ , ଦାମାହୁଦା ଏବଂ ମାଛଗଡ଼ ଅଞ୍ଚଳରେ ଏହି କୁଆ ପଥର ମାଡ଼ ହୋଇଥିବା ବେଳେ କିଛି କିଛି ଜାଗାରେ ଘରର ଟାଇଲ ଛପର ମଧ୍ୟ କ୍ଷତି ଗ୍ରସ୍ଥ ହୋଇଛି। କୁଆ ପଥର ମାଡ଼ରେ ପନି ପରିବା ଚାଷ ବ୍ୟାପକ ନଷ୍ଟ ହୋଇଛି। ବିଶେଷକରି ଦାମାହୁଦା ଓ ମାଛଗଡ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଅଧିକ ଥିଲା।

Comments are closed.