କେନ୍ଦୁଆପଡ଼ା ଓ ଡୁମୁରିଆରେ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ପାଟଣା: ପାଟଣା ବ୍ଲକ କେନ୍ଦେଇପଶି ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କେନ୍ଦୁଆପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ ସମ୍ମାନୀତ ଅତିଥି ଭାବେ ଏବିଇଓ ଗୌରାଙ୍ଗ ଚରଣ ଖିଲାର, କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ ସଙ୍ଗୀତ ଚିତ୍ରାଙ୍କନ ଆଦି ୭ ଟି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା। ଶିକ୍ଷକ ଦିବାକର ବେହେରା, ସୋମେଶ ପୃଷ୍ଟି, କିଶୋର କୁମାର ପାଣିଗ୍ରାହୀ, ତ୍ରିଲୋଚନ ମହାନ୍ତ, ସତ୍ୟାନନ୍ଦ ପାଣିଗ୍ରାହୀ, ଅଜିତ କୁମାର ମହାନ୍ତ, ମହେନ୍ଦ୍ର କୁମାର ମହାନ୍ତ, କ୍ଷେତ୍ରମୋହନ ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟାମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ।

ସେହିପରି ଡୁମୁରିଆ ସ୍ଥିତ ଆଞ୍ଚଳିକ ସାଧନ କେନ୍ଦ୍ର ତଥା ଡୁମୁରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଯୋଜକ ତଥା ପ୍ରଧାନଶିକ୍ଷକ କୋଦଣ୍ଡଧର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ଦେଶାତ୍ମକବୋଧକ ସଙ୍ଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ପଲେଇ, ଲଳିତ ମୋହନ ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ, ରଞ୍ଜିତ ପଲେଇ, ଅଜିତ କୁମାର ଦାସ, ବିକାଶ ଚନ୍ଦ୍ର ମହାନ୍ତ, ଯୁଧିଷ୍ଠିର ମହାନ୍ତ, ଲତିକା ମଞ୍ଜରୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ସର୍ବଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Comments are closed.