ବନ ବିଭାଗର ଚଢ଼ାଉ: ଗମ୍ଭାରୀ ପଟା ସହ କରତ ଜବତ, ୩ ଅଟକ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀରୁ ଆଜି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଅନ୍ୟୁନ ୨୦ ହଜାର ଟଙ୍କାର ଗମ୍ଭାରୀ ପଟା  ସହ ଏକ କରତ ଜବତ କରାଯାଇଛି। ଏଥି ସହ ୩ ଜଣ ଝାଡ଼ଖଣ୍ଡ କାଠ କଟାଳିକୁ ବନ ବିଭାଗ ଅଟକ ରଖି ତଦନ୍ତ କରୁଛି। ଗଛ କଟା ଯାଉଥିବା ଖବର ଡିଏଫ୍ଓଙ୍କ ନିକଟରେ ପହଞ୍ଚିବା ପରେ ଏସିଏଫ୍ ଅଜୟ କୁମାର ସାହୁ, ସଦର ଉପ ବନାଞ୍ଚଳ ଅଧିକାରୀ ବିଦ୍ୟାଧର ସାହୁ, ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ ପ୍ରମୁଖ ଖିରେଇଟାଙ୍ଗିରୀ ଗ୍ରାମରେ ଚଢ଼ାଉ କରି ବିନା ଅନୁମତିରେ ଜନୈକ ବ୍ୟକ୍ତିଙ୍କ ଘର ନିକଟରେ କଟା ଯାଇଥିବା ଗଛର ପଟା ଓ କରତ ଜବତ କରିଛନ୍ତି । ଘଟଣାରେ ଝାଡ଼ଖଣ୍ଡ ଅଞ୍ଚଳ ନାରାୟଣପୁର ଥାନା ଭଗବାନପୁର ଗ୍ରାମର ସାମସୁଦ୍ଦିନ ଆନସାରୀ (୪୨), କବିର ଆନସାରୀ (୩୦) ଓ ମୁସ୍ତାକ ଆନସାରୀ (୩୫) ନାମକ ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ବନ ବିଭାଗ ପଚରାଉଚରା କରୁଛି।

Comments are closed.