ବିଦ୍ୟୁତ ଆଘାତରେ ବସ ଚାଳକଙ୍କ ମୃତ୍ୟୁ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁଦ୍ରାବେଡ଼ା ଗ୍ରାମର ବାସିନ୍ଦା ତଥା ଜଣାଶୁଣା ବସ ଚାଳକ ଯୁଗଳ କିଶୋର ପଳେଇ(୪୫)ଙ୍କର ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଆଜି ପୂର୍ବାହ୍ନରେ ଘରକୁ ଆସିଥିବା ବିଦ୍ୟୁତ ସେବା ତାର ଉପରେ ପାଲ ପଡ଼ିଯାଇଥିବା ରୁ ପାଲ ଖୋଲୁଥିବା ବେଳେ ତାର ଛିଡି ଯାଇ ତାଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଯୁଗଳଙ୍କୁ ଘଟଗାଁ ଡାକ୍ତରଖାନା ନେଇ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁଗଳ ଜଣେ ଭଦ୍ର ଅମାୟିକ ବ୍ୟକ୍ତି ଭାବେ ଅଞ୍ଚଳରେ ସ୍ଵତନ୍ତ୍ର ପରିଚିତ ରଖିଥିବାରୁ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଯୁଗଳଙ୍କ ଦୁଃଖଦ ମୃତ୍ୟୁରେ ତାଙ୍କର ଦୁଇ ଅବିବାହିତ ଝିଅ ଓ ପତ୍ନୀ ଦୁଃଖରେ ଭାଙ୍ଗି ପଡିଛନ୍ତି।

Comments are closed.