ବଜ୍ରପାତରେ ଦୁଇ ମୃତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମରେ ଆଜି ଅପରାହ୍ନରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଡଲଙ୍ଗ ଗ୍ରାମର ଈଶ୍ୱର ଚନ୍ଦ୍ର ବାରିକ (୪୮) ଓ ଚନ୍ଦ୍ର ଶେଖର ମହାନ୍ତ (୪୫) ବିଲରେ ଚାଷ କାମ କରୁଥିବା ସମୟରେ ଅପରାହ୍ନରେ ୩.୪୫ରେ ବଜ୍ରପାତରେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ଖବର ପାଇ ଖିରେଇଟାଙ୍ଗିରି ରାଜସ୍ବ ନୀରିକ୍ଷକ ଶକୁନ୍ତଳା ନାୟକ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ତୁରୁମୁଙ୍ଗା ଥାନାଧିକାରୀ ବୈଦ୍ୟନାଥ ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବାର ବ୍ୟବସ୍ଥା କରିଛନ୍ତି। ଦୁଇ ଚାଷୀଙ୍କୁ ଦୁଃଖଦ ମୃତ୍ୟୁରେ ଡଲଙ୍ଗ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବାକୁ ବିଜେପି ନେତା ରାଧାକାନ୍ତ ମହାନ୍ତ ଓ ସରପଞ୍ଚ ବନଜ କୁମାର ନାଏକ ମତ ରଖିଛନ୍ତି।

Comments are closed.